ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ଲିକ୍ ହେଉଛି ସ୍ପିରିଟ୍ । ଜାତୀୟ ରାଜପଥରେ ଅଟକିଛି ଶତାଧିକ ଗାଡି ।

Advertisment
ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ଲିକ୍ ହେଉଛି ସ୍ପିରିଟ୍ । ଜାତୀୟ ରାଜପଥରେ ଅଟକିଛି ଶତାଧିକ ଗାଡି ।

କନକ ବ୍ୟୁରୋ : ଗାଙ୍ଗପୁର ଥାନା ଅଧୀନସ୍ଥ ଗୋବରା ମୁଖ୍ୟ ସଡ଼କ ଠାରେ ଥିବା ଏକ ଢାଵା ନିକଟରେ ସ୍ପିରିଟ ବୋଝେଇ ଟ୍ୟାଙ୍କର ଓଲଟିପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏକ ସ୍ଫିରିଟ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଚାଳକ ରୋହିତ କୁମାର ରାଉତ ସାମାନ୍ୟ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ଟ୍ୟାଙ୍କରଟି ବୌଦ୍ଧ ଜିଲ୍ଲାରୁ ଆସିକା ଚିନିଶିଳ୍ପକୁ ଆସୁଥିଲା। ବିଳମ୍ବିତ ରାତିରେ ଗୋବରା ନିକଟରେ ଚାଳକଜଣଙ୍କ ଏକ କାର ସାମ୍ନାକୁ ଆସିଯିବାରୁ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡ଼ିଥିଲା।

ଟ୍ୟାଙ୍କରୁ ସ୍ପିରିଟ ବୋହି ରାସ୍ତା ଉପରେ ଭାସୁଥିବା ବେଳେ ଅଘଟଣ ଘଟଣା ଆଶଙ୍କା କରି ପୁଲିସ ରାସ୍ତା ବନ୍ଦ କରିବା ସହ ଘଟଣାସ୍ଥଳକୁ ଯିବାକୁ ବାରଣ କରିଛି। ଘଟଣାସ୍ଥଳରେ ଶତାଧିକ ଗାଡ଼ି ଅଟକି ରହିଥିବା ବେଳେ ଆଜି ସକାଳୁ କ୍ରେନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରୋଡ ଉପରେ ସ୍ପିରିଟ ସବୁ ଟ୍ୟାଙ୍କରୁ ଲିକ୍ ହେଉଥିବା ଦେଖିବାକୁ ମିଳୁଛି। ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଇଲାକାରୁ ସଫେଇ କାର୍ଯ୍ୟ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe