କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଓଡିଆ ଝିଅଙ୍କ ଚମକ ! ପ୍ରଥମ ଓଡିଆ ମହିଳା ଭାବେ ଯୋଗ ଦେଲେ ଦୌଡରାଣୀ ଦୂତି ଚାନ୍ଦ ।

745

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କମେଡି ଧାରାବାହିକ କପିଲ ଶର୍ମା ସୋ’ରେ ଯୋଗ ଦେଇଛନ୍ତି ଆନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଓଡିଆ ଝିଅ ତଥା ମହିଳା ଆଥଲେଟ୍ ଦୂତି ଚାନ୍ଦ । ପ୍ରଥମ ଓଡିଆ ମହିଳା ଭାବେ କପିଲ ଶର୍ମାଙ୍କ ସୋ’ରେ ସାମିଲ ହୋଇଛନ୍ତି ଦୂତି ଚାନ୍ଦ । ସୋ’ରେ ଦୂତିଙ୍କ ସହ ସାମିଲ ହୋଇଥିଲେ ପୂର୍ବତନ ହକି ଖେଳାଳୀ ସନ୍ଦିପ ଶର୍ମା ଏବଂ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂଟିଆ ।

ତେବେ ଏନେଇ ଦୂତି ଟ୍ୱିଟ୍ କରି ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପ୍ରଥମ ଓଡିଆ ଝିଅ ହିସାବରେ କପିଲ ଶର୍ମା ସୋ’ରେ ପାଦ ଥାପିଥିବାରୁ ସେ ବହୁତ ଆନନ୍ଦିତ ଅଛନ୍ତି । ଏଭଳି ଏକ ନିଆରା ସୋ’କୁ ନିମନ୍ତ୍ରଣ କରିଥିବାରୁ ସେ କପିଲ ଶର୍ମାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ତେବେ ପ୍ରଥମ ଓଡିଆ ମହିଳା ଭାବେ ଦୂତି କପିଲ ଶର୍ମା ସୋ’ରେ ସାମିଲ ହୋଇଛନ୍ତି ।