ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକେଟ । ୱାର୍ଲ୍ଡ ରାଙ୍କିଂ ଆଧାରରେ ଚୟନ ହେଲେ ଦୂତୀ

168

କନକ ବ୍ୟୁରୋ: ସ୍ପ୍ରିଣ୍ଟର ଦୂତୀ ଚାନ୍ଦଙ୍କୁ ମିଳିଲା ଟୋକିଓ ଅଲିମ୍ପିକ୍ସ ଟିକେଟ । ୱାର୍ଲ୍ଡ ରାଙ୍କିଂ ଆଧାରରେ ଚୟନ ହୋଇଛନ୍ତି ଦୂତୀ ଚାନ୍ଦ । ୧୦୦ ଓ ୨୦୦ ମିଟର ଦୌଡରେ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି । ଏନେଇ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି ଦୂତୀ ଚାନ୍ଦ । ଏନେଇ କନକ ନ୍ୟୁଜଙ୍କୁ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଛନ୍ତି ଦୂତୀ ।

ଦୂତୀ କହିଛନ୍ତି, ୨ ବର୍ଷ ହେବ ଦେଖୁଥିବା ଟୋକିଓ ସ୍ୱପ୍ନ ସାକାର ହୋଇଛି । ୨ୟ ଅଲମ୍ପିୟାନ ଭାବେ ସୁଯୋଗ ପାଇଥିବାରୁ ଖୁସି ଲାଗୁଛି । ଓଡିଶା ବାସୀଙ୍କ ଆଶୀର୍ବାଦ ରହିଲେ ଆଗକୁ ସଫଳ ହେବି ।