ଯୁକ୍ତ୨ରେ ଖାଲି ସିଟ୍ ପାଇଁ ୨୧ରେ ଆସିବ ମେଧା ତାଲିକା: ଆଜି ପ୍ରକାଶ ପାଇବ ଯୁକ୍ତ୩ ସ୍ପଟ୍ ନାମଲେଖା ତାଲିକା

Advertisment
ଯୁକ୍ତ୨ରେ ଖାଲି ସିଟ୍ ପାଇଁ ୨୧ରେ ଆସିବ ମେଧା ତାଲିକା: ଆଜି ପ୍ରକାଶ ପାଇବ ଯୁକ୍ତ୩ ସ୍ପଟ୍ ନାମଲେଖା ତାଲିକା

କନକ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ରେ ଖାଲିଥିବା ସିଟ୍ଗୁଡ଼ିକରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ ଦିଆଯାଇଛି। ପ୍ରଥମ ବର୍ଷ ନାମଲେଖା ପାଇଁ ୨୧ତାରିଖ ଅପରାହ୍ଣ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ୨୪ ତାରିଖ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ହେବ। ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ସେହିଦିନ ଅପରାହ୍ଣ ୫ଟାରେ ୱେବସାଇଟରେ ପ୍ରକାଶ କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

publive-image

ଅନ୍ୟପକ୍ଷରେ ଡିଗ୍ରି କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟ, ସେଲ୍ଫ ଫାଇନାନ୍ସିଂ, ସଂସ୍କୃତ କଲେଜଗୁଡ଼ିକରେ ଖାଲିଥିବା ସିଟ୍ ପୂରଣ ପାଇଁ ଗୁରୁବାର ସ୍ପଟ୍ ନାମଲେଖା ତାଲିକା ପ୍ରକାଶ ପାଇବ। ପୂର୍ବାହ୍ନ ୧୧ଟାରେ ‘www.samodisha.gov.in/www.dheodisha.gov.in’ରେ ତାଲିକା ପ୍ରକାଶ ପରେ ମଧ୍ୟାହ୍ନ ୧୨ଟାରେ କଲେଜ ନୋଟିସ୍ ବୋର୍ଡରେ ନାମ ପ୍ରକାଶ କରାଯିବ। ୨୩ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ଛାତ୍ରଛାତ୍ରୀ ହାତ ଲେଖା ଦରଖାସ୍ତ ମାଧ୍ୟମରେ କଲେଜସ୍ତରରେ ନାମ ପଞ୍ଜୀକରଣ କରିପାରିବେ। ୨୪ ତାରିଖ ଅପରାହ୍ଣ ୧ଟାରେ ମେଧା ତାଲିକା ପ୍ରକାଶ କରାଯିବ। ସେହିଦିନ ଅପରାହ୍ଣ ୧ଟାରୁ ୨୬ତାରିଖ ଅପରାହ୍ଣ ୫ଟା ଭିତରେ ଛାତ୍ରଛାତ୍ରୀ ଅନ୍ଲାଇନରେ ନାମଲେଖା ଫି’ ଦାଖଲ କରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe