କନକ ବ୍ୟୁରୋ : ଆରସିବି ବିଜୟ ରାଲିରେ ଦଳାଚକଚା ଘଟଣା ନେଇ ହାଇକୋର୍ଟରେ ରିପୋର୍ଟ ଦାଖଲ କଲେ କର୍ଣ୍ଣାଟକ ସରକାର । ଆରସିବି ଓ ବିରାଟ କୋହଲିଙ୍କ ନାଁ ରିପୋର୍ଟରେ ଦର୍ଶାଇଛନ୍ତି କର୍ଣ୍ଣାଟକ ସରକାର । ଜୁନ ୪ ତାରିଖରେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଦଳାଚକଟା ହୋଇଥିଲା । ଏହି ଘଟଣାରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଆହତ ହୋଇଥିଲେ । ରିପୋର୍ଟରେ ଆରସିବି ଓ ଇଭେଣ୍ଟ ଆୟୋଜକ ଡିଏନଏ ଏଣ୍ଟରଟେନମେଣ୍ଟ ଉପରେ ଗୁରୁତର ଅବହେଳାର ଅଭିଯୋଗ ଲଗାଯାଇଛି । ଖାସ୍ କଥା ହେଉଛି ବିରାଟ କୋହଲିଙ୍କ ଏକ ଭିଡିଓ ରହିଛି ଯେଉଁଥିରେ ସେ ବେଙ୍ଗାଲୁରୁ ଓ ଆରସିବି ପ୍ରଶଂସକଙ୍କୁ ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ, ଏହା ୩ ଲକ୍ଷରୁ ଅଧିକ ଲୋକଙ୍କ ସମାଗମର କାରଣ ହୋଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି । ପୁଲିସର ବିନା ଅନୁମତିରେ ଆରସିବି ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ରିପୋର୍ଟରେ ଆରସିବି, ଡିଏନଏ ଓ କର୍ଣ୍ଣାଟକ ଷ୍ଟେଟ କ୍ରିକେଟ ଆସୋସିଏସନ ମଧ୍ୟରେ ସମନ୍ୱୟର ଅଭାବ ଓ ଦୁର୍ବଳ ଆୟୋଜନକୁ ଦାୟୀ କରିଛନ୍ତି କର୍ଣ୍ଣାଟକ ସରକାର ।
RCB ବିଜୟ ରାଲିରେ ଦଳାଚକଚା ଘଟଣା : କୋହଲି ଦାୟୀ !
ଆରସିବି ଓ ବିରାଟ କୋହଲିଙ୍କ ନାଁ ରିପୋର୍ଟରେ ଦର୍ଶାଇଛନ୍ତି କର୍ଣ୍ଣାଟକ ସରକାର । ଜୁନ ୪ ତାରିଖରେ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ନିକଟରେ ଦଳାଚକଟା ହୋଇଥିଲା ।
/kanak/media/media_files/2025/07/17/virat-2025-07-17-15-49-41.jpg)