ରୋହିତଙ୍କ ପରେ ଟେଷ୍ଟ୍ କ୍ରିକେଟକୁ ବାଏ ବାଏ କହିଲେ କିଙ୍ଗ୍ କୋହଲି : ଇନଷ୍ଟାରେ ଦେଲେ ସୂଚନା

ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଲେ କିଙ୍ଗ୍ କୋହଲି । ରୋହିତ ଶର୍ମାଙ୍କ ପରେ ଅବସର ଘୋଷଣା କଲେ ବିରାଟ ।

ଅଦ୍ୟତନ ହୋଇଛି
VIRAT KOHLI

VIRAT KOHLI Photograph: (Kanak News)

କନକ ବ୍ୟୁରୋ : ଟେଷ୍ଟ୍ କ୍ରିକେଟରୁ ସନ୍ନ୍ୟାସ ନେଲେ ଭାରତୀୟ କ୍ରିକେଟର୍ ବିରାଟ କୋହଲି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଲେ କିଙ୍ଗ୍ କୋହଲି । ରୋହିତ ଶର୍ମାଙ୍କ ପରେ ଅବସର ଘୋଷଣା କଲେ ବିରାଟ । ୩୬ ବର୍ଷୀୟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ବର୍ଡର-ଗାଭାସ୍କର ଟ୍ରଫି ଖେଳୁଥିବାର ନଜର ଆସିଥିଲେ । ଯେଉଁଠି ଭାରତ ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୩ ସ୍କୋରରେ ହାରିଥିଲା । ବିରାଟଙ୍କ ଟେଷ୍ଟ୍ ଡେବ୍ୟୁ ଜୁନ୍ ୨୦୧୧ ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କିଙ୍ଗ୍ସଟନରେ ହୋଇଥିଲା । କୋହଲି ସେତେବେଳେ ପ୍ରଥମ ପାଳିରେ ୪ ଏବଂ ଦ୍ବିତୀୟ ପାଳିରେ ୧୫ ରନ୍ କରିଥିଲେ । ଅନ୍ୟପକ୍ଷରେ କିଙ୍ଗ୍ କୋହଲିଙ୍କ ଅନ୍ତିମ ଟେଷ୍ଟ୍ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଇଥିଲା । ଯାହା ୨୦୨୫ ଜାନୁଆରୀ ମାସରେ ଖେଳାଯାଇଥିଲା । ଏହି ଅନ୍ତିମ ମ୍ୟାଚରେ କୋହଲି ପ୍ରଥମ ପାଳିରେ ୧୭ ଏବଂ ଦ୍ବିତୀୟ ପାଳିରେ ୬ ରନ୍ କରିଥିଲେ । ତେବେ ବର୍ତ୍ତମାନ ୧୪ ବର୍ଷର ଟେଷ୍ଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି କିଙ୍ଗ୍ କୋହଲି । ଟେଷ୍ଟରେ ୧୨୩ ମ୍ୟାଚ୍ ଖେଳି ୯,୨୩୦ ରନ୍ କରିଛନ୍ତି ବିରାଟ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe