କନକ ବ୍ୟୁରୋ : ବେଙ୍ଗାଲୁରୁସ୍ଥିତ ବିସିସିଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ଗ୍ରାଉଣ୍ଡ୍ଠାରେ ମଙ୍ଗଳବାର ଖେଳାଯାଇଥିବା ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ଦିଲ୍ଲୀକୁ ୭୬ ରନ୍ରେ ପରାସ୍ତ କରିଛି ବିଦର୍ଭ । ଏହି ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ବିଦର୍ଭ଼ ।
ମଙ୍ଗଳବାର ମ୍ୟାଚ୍ରେ ଦିଲ୍ଲୀ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବିଦର୍ଭ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୦୦ ରନ୍ କରିଥିଲା । ଦଳ ପକ୍ଷରୁ ୟଶ ରାଠୋଡ଼ ୮୬, ଅଥର୍ବ ଟାଇଡେ ୬୨ ଓ ଧ୍ରୁବ ସୋରେ ୪୯ ରନ୍ କରିଥିଲେ । ସେହିପରି ରବିକୁମାର ସମର୍ଥ ୨୩ ରନ୍ କରିଥିବାବେଳେ ୟଶ କଦମ ୧୯ ରନ୍ କରିଥିଲେ । ଦିଲ୍ଲୀ ପକ୍ଷରୁ ନୀତିଶ ରାଣା, ଇଶାନ୍ତ ଶର୍ମା, ନବଦୀପ ସାଇନି ଓ ପ୍ରିନ୍ସ ଯାଦବ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢ଼ନ୍ତୁ : ଶ୍ରେୟସ୍ଙ୍କ ପାଖରେ କୋହଲି, ଧାୱନଙ୍କୁ ଟପିବା ସୁଯୋଗ
୩୦୧ରନ୍ ଲକ୍ଷ୍ୟର ପିଛା କରୁଥିବା ଦିଲ୍ଲୀ ୪୫.୧ ଓଭରରେ ୨୨୪ ରନ୍ କରି ଅଲଆଉଟ ହୋଇଯାଇଥିଲା । ଦଳର ଦୁଇ ଓପନର ପ୍ରିୟାଂଶ ଆର୍ଯ୍ୟା (୨୮ ରନ୍) ଓ ବୈଭବ ଖଣ୍ଡପାଲ୍ (୨୮ ରନ) ଆରମ୍ଭରୁ ୫୮ ରନ୍ର ଭାଗିଦାର କରି ଏକ ଦୃଢ ମୂଳଦୁଆ ପକାଇଥିଲେ । କିନ୍ତୁ ୫୮ ରନ୍ରେ ହିଁ ଦଳ ଲଗାତାର ୨ଟି ୱିକେଟ୍ ହରାଇଥିଲା । ଏହା ପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇଚାଲିଥିଲା । କିନ୍ତୁ ମଧ୍ୟକ୍ରମରେ ଅନୁଜ ରାୱତ, ହର୍ଷ ତ୍ୟାଗୀ ଓ ହ୍ରିତିକ୍ ସୋକିନଙ୍କ ମଧ୍ୟରେ ଏକ ଭଲ ଭାଗୀଦାର ଦେଖିବାକୁ ମିଳିଥିଲା । ଅନୁଜ ୬୬ନ, ହର୍ଷ ୨୭ନ ଓ ହ୍ରିତିକ ୨୧ ରନ କରିଥିଲେ । କିନ୍ତୁ ଏସବୁ ପାଳି ଦିଲ୍ଲୀକୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇପାରିନଥିଲା । ଦଳ ୪୫.୧ ଓଭରରେ ୨୨୪ରେ ଅଲଆଉଟ୍ ହୋଇଯାଇଥିଲା । ବିଦର୍ଭ ପକ୍ଷରୁ ନଚିକେତ ଭୁଟେ ୪ଟି ୱିକେଟ୍ ନେଇଥିବାବେଳେ ହର୍ଷ ଦୁବେ ୩ଟି ଓ ପ୍ରଫୁଲ ହିଞ୍ଜେ ୨ଟି ୱିକେଟ ନେଇଥିଲେ ।
ସଂକ୍ଷିପ୍ତ ସ୍କୋର : ବିଦର୍ଭ ୫୦ ଓଭରରେ-୩୦୦/୯ (ୟଶ୍ ରୋଠୋଡ଼ ୮୬, ଅଥର୍ବ ଟାଇଡେ ୬୨, ଧ୍ରୁବ ସୋରେ ୪୯, ଈଶାନ୍ତ ଶର୍ମା ୨/୪୭, ନୀତୀଶ ରାଣା ୨/୧୯)। ଦିଲ୍ଲୀ ୪୫.୧ ଓଭରରେ-୨୨୪/୯ (ଅନୁଜ ରାୱତ ୬୬, ପ୍ରିୟାଂଶ ଆର୍ଯ୍ୟ ୨୮, ବୈଭବ କନ୍ଦପାଲ ୨୮, ନଚିକେତ ଭୁଟେ ୪/୫୧, ହର୍ଷ ଦୁବେ ୩/୩୬)।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/13/vidarbha-beat-delhi-2026-01-13-21-32-45.jpeg)