କନକ ବ୍ୟୁରୋ : ଟି-ଟ୍ୱେଣ୍ଟିରେ ଭାରତୀୟ ସ୍ପିନର୍ଙ୍କ ଦବଦବା । ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଂରେ ବରୁଣ ଚକ୍ରବର୍ତ୍ତୀଙ୍କୁ ବଡ଼ ସଫଳତା । ପ୍ରଥମଥର ପାଇଁ ବରୁଣ ଆଇସିସି ଟି-ଟ୍ୱେଣ୍ଟି ରାଙ୍କିଂରେ ନଂ ୧ ସ୍ଥାନ ଅକ୍ତିଆର କରିଛନ୍ତି । ନିଜ ମିଷ୍ଟ୍ରି ବୋଲିଂ ପାଇଁ ତାଙ୍କୁ ଏହି ସଫଳତା ମିଳିଛି । ଏହି ସ୍ଥାନ ହାସଲ କରିବାରେ ସେ ତୃତୀୟ ଭାରତୀୟ ରହିଛନ୍ତି । ଏସିଆ କପ୍ର ପ୍ରଥମ ଦୁଇଟି ମ୍ୟାଚ୍ରେ ତାଙ୍କ ଦମଦାର ବୋଲିଂ ପରେ ତାଙ୍କୁ ଏହି ସଫଳତା ମିଳିଛି ।
୩୪ ବର୍ଷୀୟ ବରୁଣ ଚକ୍ରବର୍ତ୍ତୀ ଟିମ୍ ଇଣ୍ତିଆର ଷ୍ଟାର ବୋଲର୍ ଯଶପ୍ରୀତ ବୁମରା ଓ ରବି ବିଷ୍ଣୋଇଙ୍କ ପରେ ତୃତୀୟ ବୋଲର୍ ଭାବେ ଏହି ଉପଲବ୍ଧି ହାସଲ କରିଛନ୍ତି । ଭାରତୀୟ ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆଇସିସି ଟି-୨୦ ରାଙ୍କିଂରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି । ୨୦୨୫ରେ କ୍ରମାଗତ ଉନ୍ନତ ପ୍ରଦର୍ଶନ ବରୁଣଙ୍କୁ ଏହି ସଫଳତା ଦେଇପାରିଛି । ନ୍ୟୁଜିଲାଣ୍ଡର ଜାକବ ଡଫି, ୱେଷ୍ଟଣ୍ଡିଜର ଅକିୟଲ ହୋସେନ, ଅଷ୍ଟ୍ରେଲିଆର ଆଡାମ ଜମ୍ପା ଯଥାକ୍ରମେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/09/17/varun-chakrabarty-2025-09-17-20-24-01.jpg)