କନକ ବ୍ୟୁରୋ : ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ତୁରନ୍ତ ସିନିୟର୍ ଟିମରେ ସାମିଲ୍ କରନ୍ତୁ । ରାଜସ୍ଥାନ୍ ରୟାଲ୍ସର ହାଇ ପରଫରମାନ୍ସ ଡାଇରେକ୍ଟର୍ ଜୁବିନ୍ ଭାରୁଚା ଭାରତୀୟ କ୍ରିକେଟ୍ ଦଳ କମିଟିର ଚେୟାରମ୍ୟାନ୍ ଅଜିତ ଅଗରକରଙ୍କୁ ପରାମର୍ଶ ଦେଇ କହିଛନ୍ତି, ବିହାରର ୧୪ ବର୍ଷୀୟ ବାମହାତୀ ବ୍ୟାଟର ବୈଭବଙ୍କୁ ତୁରନ୍ତ ସିନିୟର୍ ଟିମରେ ସାମିଲ କରାଯାଉ । ସଚିନ୍ ତେନ୍ଦୁଲକରଙ୍କ ପରି ବୈଭବଙ୍କୁ ସିନିୟର୍ ଟିମରେ ତୁରନ୍ତ ସାମିଲ୍ କରନ୍ତୁ । ଅସୁବିଧା ନକରି ଦୃଢ ନିଷ୍ପତ୍ତି ଚୟନକର୍ତ୍ତା ନିଅନ୍ତୁ ବୋଲି ଜୁବିନ୍‌ କହିଛନ୍ତି, ୨୦୨୫ ଆଇପିଏଲ୍ ନିଲାମରେ ୧୩ ବର୍ଷରେ ୧.୧ କୋଟିରେ ଆରଆର ଦ୍ୱାରା ଚୟନ ହୋଇଥିବା ବୈଭବ ସବୁଠାରୁ କମ୍ ବୟସରେ ଆଇପିଏଲ୍‌ରେ ଶତକ ହାସଲ କରିଥିଲେ । ଗୁଜରାଟ୍ ଟାଇଟାନ୍ସ ବିରୋଧରେ ୩୫ ବଲରେ ଶତକ ହାସଲ କରି କ୍ରିକେଟ ଜଗତରେ ସ୍ୱତନ୍ତ୍ର ଛାପ ଛାଡିଥିଲେ ବୈଭବ ।

Advertisment

ଆଇପିଏଲ୍ ପରେ ୟୁଥ୍ କପ୍‌ରେ ଇଂଲଣ୍ଡ ବିରୋଧରେ ସବୁଠାରୁ ଦ୍ରୁତ ଶତକ ଓ ଅଷ୍ଟ୍ରେଲିୟା ଅଣ୍ଡର ନାଇନଟିନ୍ ବିରୋଧରେ ୫୮ ବଲରେ ଶତକ ହାସଲ କରିଛନ୍ତି । ଆଇପିଏଲ୍‌ ସମୟରେ ନେଟ୍‌ରେ ଇଂଲଣ୍ଡର ଜୋଫରା ଆର୍ଚରଙ୍କୁ ଛକା ମାରି ଆଶ୍ଚର୍ଯ୍ୟ କରିଥିବା ବୈଭବଙ୍କୁ ଆରଆର୍‌ ବ୍ୟାଟିଂ କୋଚ୍ ବିକ୍ରମ୍ ରାଥୋର ମଧ୍ୟ ପ୍ରଶଂସା କରିଛନ୍ତି । ୧୯୮୯ରେ ୧୬ ବର୍ଷରେ ପକିସ୍ତାନ୍ ବିପକ୍ଷରେ ଡେବ୍ୟୁ କରିଥିବା ସଚିନ୍‌ଙ୍କ ପରି ବୈଭବଙ୍କୁ ଦୀର୍ଘକାଳୀନ ସଫଳତା ପାଇଁ ପ୍ରସ୍ତୁତ କରିବାରେ ଭାରୁଚା ଜୋର୍ ଦେଇଛନ୍ତି । ସେ ପ୍ରସ୍ତାବ କରିଛନ୍ତି, ଅତିରିକ୍ତ ଖେଳାଳି ଭାବେ ଇଣ୍ଡିୟା 'ଏ' ଟୁର୍‌ରେ ପଠାଇ ଅଷ୍ଟ୍ରେଲିୟା ବିରୋଧରେ ବୈଭବଙ୍କ ସମ୍ଭାବନା ପରୀକ୍ଷା କରନ୍ତୁ ।