Vaibhav Suryavanshi Photograph: (Kanak News)
କନକ ବ୍ୟୁରୋ : ଜିମ୍ବାୱେର ହରାରେ ସ୍ପୋର୍ଟ୍ସ କ୍ଲବଠାରେ ଆଜି ୧୯ ବର୍ଷରୁ କମ ପୁରୁଷ ବିଶ୍ୱକପର ଫାଇନାଲ୍ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବ୍ୟାଟିଂର ମୁଖ୍ୟ ଆକର୍ଷଣ ସାଜିଥିଲେ ବୈଭବ ସୂର୍ଯ୍ୟବଂଶୀ । ତାଙ୍କ ପ୍ରଚଣ୍ଡ ଆକ୍ରମଣରେ ଇଂଲଣ୍ଡ ଦଳର ବୋଲରମାନେ ନିସ୍ପ୍ରଭ ସାବ୍ୟସ୍ତ ହୋଇଥିଲେ। ଲାଗୁଥିଲା ଯେପରି ବୈଭବଙ୍କ ପାଇଁ ଇଂଲଣ୍ଡ ବୋଲରଙ୍କ ପାଖରେ କୌଣସି ଉତ୍ତର ନଥିଲା ।
ଅଧିକ ପଢ଼ନ୍ତୁ : ୧୯ ବର୍ଷରୁ କମ୍ ବିଶ୍ବକପରେ ଟିମ୍ ଇଣ୍ଡିଆର ବିଜୟଧାରା ଜାରି, ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇ କାଟିଲା ଟାଇଟଲ୍ ଟିକେଟ୍
ବୈଭବ ମାତ୍ର ୫୫ଟି ବଲରେ ଶତକ ଅର୍ଜନ କରିବା ପରେ ନିଜର ୧୫୦ ରନ ପୂରଣ କରିବାକୁ ଆଉ ମାତ୍ର ୧୬ଟି ବଲ ନେଇଥିଲେ । ଶେଷରେ ସେ ମାତ୍ର ୮୦ଟି ବଲରୁ ୧୭୫ ରନ କରିବା ପରେ ମ୍ୟାନି ଲମ୍ସଡେନଙ୍କ ବଲରେ ଥମାସ ରିଉଙ୍କ ହାତରେ ଧରା ପଡ଼ିଥିଲେ । ନିଜର ଏହି ଇନିଂସରେ ସେ ଏପର୍ଯ୍ୟନ୍ତ ୧୫ଟି ଛକା ଓ ୧୫ଟି ଚୌକା ମାରିଥିଲେ । ତାଙ୍କର ଏହି ଇନିଂସ ବଳରେ ଭାରତ ମାତ୍ର ୨୫ ଓଭରରେ ୨୫୦ ରନ ପୂରଣ କରିଥିଲା ।
Follow Us