କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ୟୁନିଭର୍ସାଲ ବସ୍‌ । ଭାରତୀୟ କିମ୍ୱଦନ୍ତୀ ଖେଳାଳି ଅନିଲ କୁମ୍ବଲେଙ୍କ ନାଁରେ ଆଣିଲେ ସାଙ୍ଗାତିକ ଅଭିଯୋଗ । କୁମ୍ବଲେ କୋଚ୍‌ ଥିବା ବେଳେ ତାଙ୍କୁ କରାଯାଇଥିଲା ଅପମାନ । କୁମ୍ବଲେଙ୍କ ବ୍ୟବହାର ପାଇଁ ସେ ଛାଡ଼ିଥିଲେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ । ସିନିୟର ଖେଳାଳିଙ୍କୁ ଦଳରେ ଛୁଆ ଭଳି ବ୍ୟବହାର କରାଯାଇଥିବା ନେଇ ସେ ସାଙ୍ଘାତିକ ଅଭିଯୋଗ କରିଛନ୍ତି ।

Advertisment

ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ଖେଳାଳି ଅନିଲ କୁମ୍ବଲେଙ୍କ ନିଜ କୋଚିଂ ଷ୍ଟାଇଲ୍‌କୁ ନେଇ ସବୁବେଳେ ବିବାଦରେ ରହିଆସିଛନ୍ତି । ଟିମ୍‌ ଇଣ୍ତିଆର ହେଡ୍‌ କୋଚ୍‌ ଥିବା ବେଳେ ବି ତାଙ୍କ କୋଚିଂକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା । ଏମିତିକି ସେ ସମୟର ଅଧିନାକ ବିରାଟ କୋହଲିଙ୍କ ସହ ପାଟିଟୁଣ୍ତ କାରଣରୁ ତାଙ୍କୁ କୋଚ୍‌ ପଦ ଛାଡ଼ିବାକୁ ପଡ଼ିଥିଲା ବୋଲି କୁହାଯାଉଥିଲା । କୁମ୍ବଲେ ଆଇପିଏଲ୍‌ରେ କିଙ୍ଗସ୍‌ ଇଲେଭେନ୍‌ ପଞ୍ଜାବ ପାଇଁ ମଧ୍ୟ କୋଚିଂ କରିଥିଲେ । ଯାହାକୁ ନେଇ ସେ ଏବେ ବିବାଦ ଘେରରେ । ୱେଷ୍ଟଇଣ୍ତିଜ୍‌ର କିମ୍ବଦନ୍ତୀ ଖେଳାଳି କ୍ରିସ୍‌ ଗେଲ ତାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।

ଗେଲ୍‌ କହିଛନ୍ତି, ୨୦୧୮ରୁ ୧୦୨୧ ପର୍ଯ୍ୟନ୍ତ ସେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାନ ଫ୍ରାଞ୍ଚାଇଜି ସହ ଜଡ଼ିତ ଥିଲି । ୨୦୧୮ ଏବଂ ୨୦୧୯ରେ ଭଲ ପ୍ରଦର୍ଶନ ସତ୍ତ୍ୱେ ୨୦୨୦ ଆଉ ୨୦୨୧ରେ ମତେ ମୋଟ୍‌ ୨୧ଟି ମ୍ୟାଚ୍‌ ଖେଳିବାକୁ ସୁଯୋଗ ମିଳିଥିଲା । ସେହି ସମୟରେ କୁମ୍ବଲେଙ୍କ ସହ ମୋର ପାଟିଟୁଣ୍ତ ହୋଇଥିଲା । କୁମ୍ବଲେଙ୍କ ବ୍ୟବହାର କଠୋର ଏବଂ ପ୍ରଭାବଶାଳୀ ଥିଲା । କିଙ୍ଗସ୍‌ ଇଲେଭେନ ପଞ୍ଜାବରେ ମତେ ଅପମାନିତ ହେବାକୁ ପଡ଼ିଥିଲା । ଜଣେ ସିନିୟର ଖେଳାଳି ସତ୍ତ୍ୱେ ତାଙ୍କୁ ଟିମ୍‌ରେ ଛୁଆ ପରି ବ୍ୟବହାର କରାଯାଉଥିଲା । ପ୍ରଥମଥର ପାଇଁ ମୁଁ ଡିପ୍ରେସନ୍‌ରେ ପଳାଇଥିଲି । ମୁଁ କୁମ୍ବଲେଙ୍କୁ ଫୋନ୍‌ କରି କହିବା ସତ୍ତ୍ୱେ ସେ ଏହାକୁ ଅଣଦେଖା କରିଥିଲେ । ମତେ କେ ଏଲ୍‌ ରାହୁଲ ବହୁତ ବୁଝାଇଥିଲେ ଆଉ ରହିବାକୁ କହିଥିଲେ । କିନ୍ତୁ ମୁଁ ମୁମ୍ବାଇ ସହ ମ୍ୟାଚ୍‌ ପରେ ଦଳ ଛାଡ଼ିଦେଇଥିଲି ।

ଅନିଲ କୁମ୍ବଲେ ୨୦୧୬ ରୁ ୨୦୧୭ ପର୍ଯ୍ୟନ୍ତ ଭାରତୀୟ ଦଳର ମୁଖ୍ୟ କୋଚ୍‌ ଥିଲେ ଏବଂ ତା’ପରେ ୨୦୨୦ ରୁ ୨୦୨୨ ପର୍ଯ୍ୟନ୍ତ ସେ ଆଇପିଏଲ ଦଳ ପଞ୍ଜାବ କିଙ୍ଗସର ମୁଖ୍ୟ କୋଚ୍‌ ରହିଥିଲେ । ଯେତେବେଳେ କୁମ୍ବଲେ ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ନେଲେ, ସେତେବେଳେ ତାଙ୍କଠୁ ବହୁତ ଆଶା ରହିଥିଲା । କିନ୍ତୁ ତାଙ୍କ କାର୍ଯ୍ୟକାଳ ମାତ୍ର ଗୋଟିଏ ବର୍ଷ ପରେ ହିଁ ଶେଷ ହୋଇଗଲା । କୁହାଯାଏ ଯେ କୁମ୍ବଲେଙ୍କୁ ଏହି ପଦବୀ ଛାଡିବାକୁ ପଡିଲା କାରଣ ତାଙ୍କର ସେତେବେଳର ଅଧିନାୟକ ବିରାଟ କୋହଲିଙ୍କ ସହ ତାଙ୍କର ପ୍ରବଳ ଯୁକ୍ତିତର୍କ ହୋଇଥିଲା ଏବଂ ଏହି ବିବାଦ ଏତେ ବଢ଼ିଗଲା ଯେ ତାଙ୍କୁ ପଦବୀ ଛାଡିବାକୁ ପଡ଼ିଲା ।