କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର; କମିଲା ଗ୍ୟାଲେରି ଟିକେଟ ରେଟ୍, ଜାଣନ୍ତୁ କେତେ..

Advertisment

ଟିକେଟ ଦର ହ୍ରାସ ସାମାନ୍ୟ ହ୍ରାସ ପାଇଛି । ଗ୍ୟାଲେରି-୧ ପାଇଁ ଟିକେଟ ଦର ୧୨ ଶହ ଧାର୍ଯ୍ୟ କରାଯାଇଥିବା ବେଳେ ଶହେ ଟଙ୍କା କମି ୧୧ ଶହ ଟଙ୍କା ହୋଇଛି ।

ଟିକେଟ ଦର ହ୍ରାସ ସାମାନ୍ୟ ହ୍ରାସ ପାଇଛି । ଗ୍ୟାଲେରି-୧ ପାଇଁ ଟିକେଟ ଦର ୧୨ ଶହ ଧାର୍ଯ୍ୟ କରାଯାଇଥିବା ବେଳେ ଶହେ ଟଙ୍କା କମି ୧୧ ଶହ ଟଙ୍କା ହୋଇଛି ।

Barabati Stadium

କନକ ବ୍ୟୁରୋ : କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ବିବାଦ ପରେ କମିଲା ବାରବାଟୀ ମ୍ୟାଚ୍ ଟିକେଟ ଦର । ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ କମିଲା ଟିକେଟ ଦର । ଗ୍ୟାଲେରୀ ଟିକେଟ ଉପରେ ପୂର୍ବ ଦର ଠାରୁ ଶହେରୁ ତିନି ଶହ ଟଙ୍କା କମିଲା । ସ୍ପେଶାଲ୍ ଏନକ୍ଲୋଜର ଓ ଏସି ବକ୍ସ ପୂର୍ବ ଦର ଠାରୁ ଏକ ହଜାର ଟଙ୍କା କମିଲା । ପୂର୍ବରୁ ଟିକେଟ ଦର ବଢିଥିବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅସନ୍ତୋଷ ।  

  • ୧ ଓ ୩ ନମ୍ବର ଗ୍ୟାଲେରୀର ଦର ୧୨୦୦ ଟଙ୍କାରୁ କମି ୧୧୦୦ ଟଙ୍କା ହୋଇଛି
  • ୫ ନମ୍ବର ଗ୍ୟାଲେରୀର ଦର ୧୫୦୦ ଟଙ୍କାରୁ କମି ୧୨୦୦ ଟଙ୍କା ହୋଇଛି
  • ୨ ଓ ୪ ନମ୍ବର ଗ୍ୟାଲେରୀର ଦର ୧୦୦୦ ଟଙ୍କାରୁ କମି ୯୦୦ ଟଙ୍କା ହୋଇଛି
  • ୭ ନମ୍ବର ଗ୍ୟାଲେରୀ ଦର ୮୦୦ ଟଙ୍କାରୁ ଖସି ୭୦୦ ଟଙ୍କା ହୋଇଛି
  • ସ୍ପେଶାଲ ଏନକ୍ଲୋଜର ଦର ୭୦୦୦ ଟଙ୍କାରୁ ଖସି ୬୦୦୦ ହୋଇଛି
  • ଏସି ଗ୍ୟାଲେରୀ ବକ୍ସ ଦର ୯ ହଜାର ଟଙ୍କାରୁ ଖସି ୮ ହଜାର ହୋଇଛି
  • କର୍ପୋରେଟ ବକ୍ସ ଓ ନ୍ୟୁ ପ୍ୟାଭିଲିୟନ ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି 

କଟକ ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଆସନ୍ତାବର୍ଷ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ମିଳିଥିବା ସୂଚନା ମୁତାବକ, ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହା ଭିତରୁ ଦ୍ୱିତୀୟ ଦିନିକିଆ ମ୍ୟାଚଟି କଟକରେ ଖେଳାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe