କନକ ବ୍ୟୁରୋ : କ୍ରୀଡାପ୍ରେମୀଙ୍କ ପାଇଁ ଖୁସି ଖବର । ବିବାଦ ପରେ କମିଲା ବାରବାଟୀ ମ୍ୟାଚ୍ ଟିକେଟ ଦର । ଫେବୃଆରୀ ୯ରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଦିନିକିଆ ମ୍ୟାଚ ପାଇଁ କମିଲା ଟିକେଟ ଦର । ଗ୍ୟାଲେରୀ ଟିକେଟ ଉପରେ ପୂର୍ବ ଦର ଠାରୁ ଶହେରୁ ତିନି ଶହ ଟଙ୍କା କମିଲା । ସ୍ପେଶାଲ୍ ଏନକ୍ଲୋଜର ଓ ଏସି ବକ୍ସ ପୂର୍ବ ଦର ଠାରୁ ଏକ ହଜାର ଟଙ୍କା କମିଲା । ପୂର୍ବରୁ ଟିକେଟ ଦର ବଢିଥିବା ନେଇ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଅସନ୍ତୋଷ ।
- ୧ ଓ ୩ ନମ୍ବର ଗ୍ୟାଲେରୀର ଦର ୧୨୦୦ ଟଙ୍କାରୁ କମି ୧୧୦୦ ଟଙ୍କା ହୋଇଛି
- ୫ ନମ୍ବର ଗ୍ୟାଲେରୀର ଦର ୧୫୦୦ ଟଙ୍କାରୁ କମି ୧୨୦୦ ଟଙ୍କା ହୋଇଛି
- ୨ ଓ ୪ ନମ୍ବର ଗ୍ୟାଲେରୀର ଦର ୧୦୦୦ ଟଙ୍କାରୁ କମି ୯୦୦ ଟଙ୍କା ହୋଇଛି
- ୭ ନମ୍ବର ଗ୍ୟାଲେରୀ ଦର ୮୦୦ ଟଙ୍କାରୁ ଖସି ୭୦୦ ଟଙ୍କା ହୋଇଛି
- ସ୍ପେଶାଲ ଏନକ୍ଲୋଜର ଦର ୭୦୦୦ ଟଙ୍କାରୁ ଖସି ୬୦୦୦ ହୋଇଛି
- ଏସି ଗ୍ୟାଲେରୀ ବକ୍ସ ଦର ୯ ହଜାର ଟଙ୍କାରୁ ଖସି ୮ ହଜାର ହୋଇଛି
- କର୍ପୋରେଟ ବକ୍ସ ଓ ନ୍ୟୁ ପ୍ୟାଭିଲିୟନ ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି
କଟକ ବାରବାଟୀ ଷ୍ଟାଡିୟମକୁ ଫେରିଲା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଆସନ୍ତାବର୍ଷ ଫେବ୍ରୁଆରୀ ୯ ତାରିଖରେ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବାରବାଟୀ ଷ୍ଟାଡିୟମରେ ଖେଳାଯିବ । ମିଳିଥିବା ସୂଚନା ମୁତାବକ, ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସି ୫ଟି ଟି-୨୦ ଏବଂ ୩ଟି ଦିନିକିଆ ମ୍ୟାଚ୍ ଖେଳିବ । ଏହା ଭିତରୁ ଦ୍ୱିତୀୟ ଦିନିକିଆ ମ୍ୟାଚଟି କଟକରେ ଖେଳାଯିବ ।