କନକ ବ୍ୟୁରୋ : ହାତ ମିଳାଇଲେ ନାହିଁ ଭାରତୀୟ କ୍ରିକେଟ ଟିମ୍‌ର ସଦସ୍ୟ, ଏସିଆନ୍ କ୍ରିକେଟ୍ ପରିଷଦ ନିକଟରେ ଅଭିଯୋଗ କଲା, ପାକିସ୍ତାନ କ୍ରିକେଟ୍ ବୋର୍ଡ । ଭାରତ ଦ୍ୱାରା ପୁଣିଥରେ ପଡ଼ିଆରେ ପରାଜିତ ଓ ଲଜ୍ଜିତ ହେବା ପରେ ପିସିବି ଏସିଆନ୍ କ୍ରିକେଟ୍ ପରିଷଦ ନିକଟରେ ଅଭିଯୋଗ କରିଛି । ପିସିବି ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଭାରତୀୟ ଖେଳାଳିମାନେ ହାତ ନ ମିଳାଇ ଖେଳୁଆଡ଼ ମନୋଭାବ ପ୍ରଦର୍ଶନ କରିନାହାଁନ୍ତି । ଗତକାଲିର ମ୍ୟାଚରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି, ତେବେ ଟସ ହେଉ ଅବା ମ୍ୟାଚ ପରବର୍ତ୍ତୀ ସମୟରେ ଭାରତୀୟ ଖେଳାଳିମାନେ ପାକିସ୍ତାନୀ ଖେଳାଳିମାନଙ୍କ ହାତ ମିଳାଇ ନଥିଲେ କି ବାର୍ତ୍ତାଳପ କରିନଥିଲେ । ଯାହାକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛି ଭାରତ । 

Advertisment

ବିଜୟ ହାସଲ କରିବା ପରେ ପଡ଼ିଆରୁ ସିଧାସଳଖ ଡ୍ରେସିଂ ରୁମକୁ ଫେରି ଯାଇଥିଲ । ଏହାକୁ ପ୍ରତୀକାତ୍ମକ ବୟକଟ ବୋଲି କୁହାଯାଉଛି । ମ୍ୟାଚ ପରେ ସାମ୍ବାଦିକ ସମ୍ମିଳନୀରେ ବିଜୟକୁ ଭାରତୀୟ ସେନାପ୍ରତି ଉତ୍ସର୍ଗ କରିଥିବା କହିଥିଲେ ଅଧିନାୟକ ସୂର୍ଯ୍ୟକୁମାର ଯାବଦ । ପୂରା ଭାରତୀୟ କ୍ରିକେଟ ଟିମ୍ ପହଲଗାମ ପୀଡ଼ିତଙ୍କ ସହ ଦୃଢତାର ସହ ଛିଡ଼ାହୋଇଛି । ଏଥିସହ ଭାରତୀୟ ସେନା ଆମ ପାଇଁ ପ୍ରେରଣାର ଉତ୍ସ ବୋଲି ସେ କହିଛନ୍ତି । ସେପଟେ ଭାରତୀୟ କ୍ରିକେଟ ଟିମର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ପହଲଗାମ ଆକ୍ରମଣରେ ମୃତକଙ୍କ ପରିବାର ।