କନକ ବ୍ୟୁରୋ : ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ମ୍ୟାଚ୍ । ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ । ଓଭାଲରେ ଆଜି ଆଣ୍ଡରସନ-ତେନ୍ଦୁଲକର ଟ୍ରଫିର ଶେଷ ଟେଷ୍ଟ ମ୍ୟାଚରେ ସାମ୍ନାସାମ୍ନି ହେବେ ଭାରତ-ଇଂଲଣ୍ଡ । କେନିଂଟନ ଓଭାଲ ଗ୍ରାଉଣ୍ଡରେ ଏହି ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯିବ । ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ ।
୨-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ ଡ୍ର ରଖି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଇଂଲଣ୍ଡ ମଧ୍ୟ ମ୍ୟାଚକୁ ଡ୍ର ରଖି ସିରିଜ ଜିତିବା ଲକ୍ଷ୍ୟରେ ରହିଛି । ତେଣୁ ସିରିଜର ନିର୍ଣ୍ଣାୟକ ମୁକାବିଲା ବେଶ୍ ରୋମାଞ୍ଚକର ହେବ । ଶୁବମନ ଗିଲଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଚଳିତ ଟେଷ୍ଟ ଶୃଙ୍ଖଳାରେ ଆଶାନୁଯାୟୀ ପ୍ରଦର୍ଶନ କରିଛି । ଦଳ ପ୍ରଥମ ଟେଷ୍ଟରେ ୫ ୱିକେଟରେ ପରାଜିତ ହୋଇଥିବାବେଳେ ଦ୍ବିତୀୟ ଟେଷ୍ଟକୁ ୩୩୬ ରନରେ ଜିତି ଶୃଙ୍ଖଳାକୁ ୧-୧ ବରାବର କରିଥିଲା । ତୃତୀୟ ଟେଷ୍ଟରେ ବୋଲରମାନେ ସୁଯୋଗ ଦେଇଥିଲେ ମଧ୍ୟ ବ୍ୟାଟିଂ ବିଫଳତା ପାଇଁ ଦଳ ୨୨ ରନରେ ପରାଜିତ ହୋଇଥିଲା । ଚତୁର୍ଥ ଟେଷ୍ଟରେ ଭାରତ ବୋଲିଂରେ ବିଫଳ ହୋଇଥିବାବେଳେ ବ୍ୟାଟିଂ ପାଇଁ ମ୍ୟାଚକୁ ଡ୍ର ରଖିବାରେ ସଫଳ ହୋଇଥିଲା ।
ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ଗିଲ୍ ବାହିନୀ : ଓଭାଲ ଗ୍ରାଉଣ୍ଡରେ ହେବ ନିର୍ଣ୍ଣାୟକ ମ୍ୟାଚ୍
୨-୧ରେ ପଛୁଆ ରହିଥିବା ଭାରତୀୟ ଦଳ ଏହି ମ୍ୟାଚ୍ ଜିତି ସିରିଜ ଡ୍ର ରଖି ସମ୍ମାନର ସହ ଅଭିଯାନ ଶେଷ କରିବାକୁ ଲକ୍ଷ୍ୟ ରଖିଛି । ଇଂଲଣ୍ଡ ମଧ୍ୟ ମ୍ୟାଚକୁ ଡ୍ର ରଖି ସିରିଜ ଜିତିବା ଲକ୍ଷ୍ୟରେ ରହିଛି ।
/kanak/media/media_files/2025/07/31/23-2025-07-31-15-07-28.jpg)