କନକ ବ୍ୟୁରୋ : କାଲିଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଇଂଲଣ୍ତ ମଧ୍ୟରେ 5 ଟିକିଆ ଟେଷ୍ଟ ସିରିଜ୍‌ । ଏହା ପୂର୍ବରୁ ଟିମ୍‌ ଇଣ୍ତିଆକୁ ଏକ ବଡ଼ ଝଟକା ଲାଗିଛି । ବହୁବର୍ଷ ପରେ ଟିମ୍‌ ଇଣ୍ତିଆକୁ ଫେରିଥିବା ଷ୍ଟାର ବ୍ୟାଟ୍ସମ୍ୟାନ୍‌ କରୁଣ ନାୟର ଅଭ୍ୟାସ ବେଳେ ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍‌ରେ ଆହତ ହୋଇଛନ୍ତି । ତାଙ୍କ ପେଟରେ ଆଘାତ ଲାଗିଥିବା ନେଇ ସୂଚନା ମିଳିଛି ।

Advertisment

ଗତକାଲି ଅଭ୍ୟାସ ବେଳେ ପ୍ରସିଦ୍ଧ କୃଷ୍ଣାଙ୍କ ବଲ୍‌ କରୁଣଙ୍କ ପେଟରେ ବାଜିଥିଲା । କୁହାଯାଉଛି କି ଆଘାତଟି ଏତେ ଗମ୍ଭୀର ନୁହେଁ । ନେଟ୍ସରେ ଖେଳିବା ବେଳେ ପ୍ରସିଦ୍ଧଙ୍କ ବଲ୍‌ ଖେଳିବାରେ ବିଳମ୍ୱ କରିବାରୁ କରୁଣଙ୍କ ପେଟରେ ବଲ୍‌ ବାଜିଥିଲା । ଏବେ ଦେଖିବାକୁ ବାକି ରହିଲା କି କାଲିର ଲର୍ଡ୍ସ ଟେଷ୍ଟରେ କରୁଣ ନାୟାର ଉପଲବ୍ଧ ରହୁଛନ୍ତି କି ନାହିଁ ।

ଆସନ୍ତାକାଲି ଠାରୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ । ଏହି ସିରିଜ ସହିତ ଭାରତୀୟ କ୍ରିକେଟ୍‌ରେ ଯୋଡ଼ିହେବ ନୂଆ ଅଧ୍ୟାୟ । ଦଶନ୍ଧି ପରେ ଦୁଇ ପୂର୍ବତନ ଅଧିନାୟକ ବିରାଟ ‌କୋହଲି ଓ ରୋହିତ ଶର୍ମା ବିନା ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ବରିଷ୍ଠ ସ୍ପିନର ଆର୍‌ ଅଶ୍ୱିନ ମଧ୍ୟ ଟେଷ୍ଟ୍‌ରୁ ଅବସର ନେଇ ସାରିଛନ୍ତି । ଶୁବମନ ଗିଲ୍ ଭାରତୀୟ ଟେଷ୍ଟ୍ ଦଳର ନବନିଯୁକ୍ତ ଅଧିନାୟକ ଭାବେ ନିଜ ଅଭିଯାନ ଆରମ୍ଭ କରିବେ । ୨୫ବର୍ଷୀୟ ଗିଲ୍ ଭାରତୀୟ କ୍ରିକେଟ୍ ଦଳର ସର୍ବକନିଷ୍ଠ ଟେଷ୍ଟ୍ ଅଧିନାୟକ ହେବାର କୀର୍ତ୍ତିମାନ କରି ସାରିଛନ୍ତି। ଏବେ ନିଜ ସଫଳ ନେତୃତ୍ୱରେ ଇଂଲଣ୍ଡ ମାଟିରେ ଭାରତକୁ ବିଜୟୀ କରାଇବାର ପ୍ରତୀକ୍ଷିତ ଲକ୍ଷ୍ୟ ହାସଲ କରିବା ଆଶାରେ ଅଛନ୍ତି ।