T 20 World Cup 2026 : ଗେଲ୍‌ଙ୍କ ୧୭ବର୍ଷର ରେକର୍ଡ ଭାଙ୍ଗିଲେ ହେଟମାୟର

Advertisment

ଦୁର୍ଦ୍ଧର୍ଷ ବାାଟର୍‌ କ୍ରିସ୍‌ ‌ଗେଲ୍‌ଙ୍କ ୧୭ବର୍ଷ ତଳର ରେକର୍ଡକୁ ଭାଙ୍ଗି ଚୂରମାର୍‌ କରି ଦେଇଥିଲେ । ୟୁନିଭର୍‌ସାଲ୍‌ ବସ୍‌ ଭାବେ ପରିଚିତ ଗେଲ୍‌ଙ୍କୁ ଟପି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜ୍‌ର ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହୋଇଥିଲେ । ହେଟମାୟାର ତାଙ୍କୁ ସହଜରେ ଟପି ଯାଇଛନ୍ତି ।

Hetmeyr

Hetmeyr Photograph: (Internet)

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ୍‌ର ସାହସୀ ଶୀର୍ଷକ୍ରମ ବ୍ୟାଟର୍‌ ସିମରନ୍‌ ହେଟମାୟର ସୋମବାର ପ୍ରତିପକ୍ଷ ଜିମ୍ବାୱେ ବୋଲରଙ୍କୁ ନିର୍ଧୁମ ପିଟିଥିଲେ । ନିଜ ୩୪ ବଲ୍‌ରୁ ୮୫ ରନ୍‌ର ଧୂଆଁଧାର ପାଳିରେ ୭ଟି ଲେଖାଏଁ ଛକା, ଚୌକା ମାରିଥିଲେ। ଦୁଇଟି ଓଭରରେ ଲଗାତାର ୫ଟି ଗଗନଚୁମ୍ବି ଛକା ମାରି ମାତ୍ର ୧୯ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହା କରି ସେ ଇତିହାସ ପୃଷ୍ଠାରେ ନିଜ ନାମକୁ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ନେଇଥିଲେ ।

ଅଧିକ ପଢ଼ନ୍ତୁ : ସଞ୍ଜୁଙ୍କୁ ସାମିଲ କରିପାରେ ଭାରତ

ନିଜ ଦେଶର ଦୁର୍ଦ୍ଧର୍ଷ ବାାଟର୍‌ କ୍ରିସ୍‌ ‌ଗେଲ୍‌ଙ୍କ ୧୭ବର୍ଷ ତଳର ରେକର୍ଡକୁ ଭାଙ୍ଗି ଚୂରମାର୍‌ କରି ଦେଇଥିଲେ । ୟୁନିଭର୍‌ସାଲ୍‌ ବସ୍‌ ଭାବେ ପରିଚିତ ଗେଲ୍‌ଙ୍କୁ ଟପି ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ୱେଷ୍ଟଇଣ୍ଡିଜ୍‌ର ଦ୍ରୁତତମ ଅର୍ଦ୍ଧଶତକ ହାସଲକାରୀ ହୋଇଥିଲେ । ହେଟମାୟାର ତାଙ୍କୁ ସହଜରେ ଟପି ଯାଇଛନ୍ତି । ତେବେ ବିଶ୍ୱକପ୍‌ରେ ଦ୍ରୁତତମ ଅର୍ଦ୍ଧଶତକର ରେକର୍ଡ ଏବେବି ଭାରତର ପୂର୍ବତନ ବାମହାତୀ ବ୍ୟାଟର୍‌ ଯୁବରାଜ ସିଂହ (୧୨ ବଲ୍‌)ଙ୍କ ନାଁରେ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe