କନକ ବ୍ୟୁରୋ : ଚଳିତ ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ନିଜ ଚତୁର୍ଥ ତଥା ଶେଷ ଲିଗ୍ ମ୍ୟାଚ୍ରେ ନେଦରଲାଣ୍ଡ୍ସକୁ ପ୍ରମୁଖ ଟ୍ରଫି ଦାବିଦାର ତଥା ଆୟୋଜକ ଭାରତ ୧୭ ରନ୍ରେ ହରାଇ ଅପରାଜେୟ ଭାବେ ସୁପର-୮ ପର୍ଯ୍ୟାୟକୁ ଯାଇଛି । ସେହିଭଳି ବିଶ୍ୱକପ୍ରେ ନିଜ ବିଜୟ ଧାରାକୁ ୧୨କୁ ବଢ଼ାଇଛି ଟିମ୍ ଇଣ୍ଡିଆ । ବୁଧବାର ଭାରତୀୟ ଦଳ ପୁଣି ଥରେ ଓପନିଂ ବିଫଳତାର ସମ୍ମୁଖୀନ ହୋଇଥିଲା । ଫର୍ମ ପାଇଁ ଯୁଝୁଥିବା ଅଭିଷେକ ଶର୍ମା ତୃତୀୟ ବଲ୍ରେ କ୍ଲିନ୍ ବୋଲ୍ଡ ହୋଇଥିଲେ । ପାକିସ୍ତାନ ବିପକ୍ଷ ମ୍ୟାଚ୍ର ନାୟକ ଈଶାନ କିଶନ ମଧ୍ୟ ୧୮ ରନ୍ରେ ଆଉଟ୍ ହୋଇଯାଇଥିଲେ ।
ତେବେ ଶିବମ ଦୁବେଙ୍କ ୬୧ ଏବଂ ତିଳକ ବର୍ମା (୩୧), ଅଧିନାୟକ ସୂର୍ଯ୍ୟକୁମାର ଯାଦବ (୩୪) ଓ ହାର୍ଦିକ ପାଣ୍ଡ୍ୟା (୩୦)ଙ୍କ ଦ୍ରୁତ ଓ ଉପଯୋଗୀ ପାଳି ବଳରେ ଏକଦା ସଂଘର୍ଷ କରୁଥିବା ଭାରତ ୬ ୱିକେଟ୍ ହରାଇ ୧୯୩ ରନ୍ର ସମ୍ମାନଜନକ ସ୍କୋର୍ କରି ନେଇଥିଲା । ଜବାବରେ ଭାରତୀୟ ଖେଳାଳିଙ୍କ ଦୁର୍ବଳ ଫିଲ୍ଡିଂରୁ ଫାଇଦା ଉଠାଇ ନେଦରଲାଣ୍ଡ୍ସ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲା ।
ଅଧିକ ପଢ଼ନ୍ତୁ : ୮ ପାଳିରେ ୫ ଡକ୍ ତଥାପି ଅଭିଷେକ ୧ନଂ ବ୍ୟାଟର୍: ଶୀର୍ଷ ୧୦ରେ ଈଶାନ
ତେବେ ୭ ୱିକେଟ୍ ବିନିମୟରେ ୧୭୬ ରନ୍ରେ ଅଟକି ଯାଇଥିଲା । ଆଶ୍ଚର୍ଯ୍ୟଜନକ ଭାବେ ଏହି ଦଳର ଜଣେ ହେଲେ ବି ବ୍ୟାଟର୍ ଅର୍ଦ୍ଧଶତକ ଛୁଇଁ ନଥିଲେ । ତେବେ ଛୋଟ ଛୋଟ ପାଳିରେ ଭାରତୀୟ ବୋଲରଙ୍କୁ ଅଡ଼ୁଆରେ ପକାଇଥିଲେ । ଭାରତର ସଫଳତମ ବୋଲର୍ ଭାବେ ବରୁଣ ଚକ୍ରବର୍ତ୍ତୀ ତିନିଟି ୱିକେଟ୍ କରାୟତ୍ତ କରିଥିଲେ । ଦୁବେ ତାଙ୍କ ଦମ୍ଦାର ପାଳି ପାଇଁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/18/team-india-2026-02-18-23-14-56.jpeg)