ଷ୍ଟୋକ୍ସଙ୍କ ଚେତାବନୀ, ସ୍ଲେଜିଂ କଲେ ଛାଡ଼ିବୁନି; ଇଂଲଣ୍ଡ ରଣନୀତିକୁ ବି ଶୁବମନଙ୍କ ସମାଲୋଚନା

କାରଣ ଏଭଳି କଲେ ଆମେ ଏକାଗ୍ରତା ହରାଇବାର ଆଶଙ୍କା ରହିଛି । ହେଲେ ଭାରତୀୟ ଖେଳାଳି ଯଦି ଆଗୁଆ ସ୍ଲେଜିଂ କରିବା ଆରମ୍ଭ କରନ୍ତି, ତାହେଲେ ସେମାନଙ୍କୁ ଉଚିତ ଜବାବ ଦେବାକୁ ଆମେ ପଛଘୁଞ୍ଚା ଦେବୁନୁ ।

444

kanak news

କନକ ବ୍ୟୁରୋ: ଭାରତୀୟ ଦଳକୁ ନାଲିଆଖି ଦେଖାଇଛନ୍ତି ଇଂଲଣ୍ଡ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ । ମାଞ୍ଚେଷ୍ଟର୍ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ପ୍ରତିପକ୍ଷ ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଇ କହିଥିଲେ ନିଜ ତରଫରୁ ସ୍ଲେଜିଂ କରିବେନି ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଯଦି ଭାରତୀୟ ଖେଳାଳିମାନେ ସ୍ଲେଜିଂ ଆରମ୍ଭ କଲେ ଆମେ ଛାଡ଼ିବୁନି ବୋଲି ଗତକାଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଷ୍ଟୋକ୍ସ । ଏଥିନେଇ ହୋଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ଷ୍ଟୋକ୍ସ କହିଥିଲେ, ଆମେ ସ୍ଲେଜିଂ କରିବାର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବୁ ନାହିଁ । ଆମେ ଏହାକୁ ଆରମ୍ଭ କରିବାକୁ ମଧ୍ୟ ଯୋଜନା କରିନୁ । କାରଣ ଏଭଳି କଲେ ଆମେ ଏକାଗ୍ରତା ହରାଇବାର ଆଶଙ୍କା ରହିଛି । ହେଲେ ଭାରତୀୟ ଖେଳାଳି ଯଦି ଆଗୁଆ ସ୍ଲେଜିଂ କରିବା ଆରମ୍ଭ କରନ୍ତି, ତାହେଲେ ସେମାନଙ୍କୁ ଉଚିତ ଜବାବ ଦେବାକୁ ଆମେ ପଛଘୁଞ୍ଚା ଦେବୁନୁ ।

ସେପଟେ ଲର୍ଡସ ଟେଷ୍ଟ ମ୍ୟାଚ ମଝିରେ ଇଂଲଣ୍ଡ ଆପଣାଇଥିବା ସମୟ ଅପଚୟ ନୀତିକୁ ଭାରତୀୟ ଅଧିନାୟକ ଶୁବମନ ଗିଲ୍ ସମାଲୋଚନା କରିଛନ୍ତି । ଏହା ଖେଳୁଆଡ଼ ମନୋଭାବ ନୁହେଁ ବୋଲି କହି ଗିଲ୍ ଏକ ସାକ୍ଷାତକାରରେ ମତ ରଖିଛନ୍ତି, ମୁଁ ଏଠାରେ ସ୍ପଷ୍ଟ କରିଦେବାକୁ ଚାହେ ଯେ ସେଦିନ ୭ ମିନିଟ୍‌ର ଖେଳ ବାକିଥିଲା । ସେମାନେ କ୍ରିଜ୍‌କୁ ୧୦, ୨୦ କିମ୍ବା ୩୦ ସେକେଣ୍ଡ ନୁହେଁ, ପୂରା ୯୦ ସେକେଣ୍ଡ୍ ବିଳମ୍ବରେ ଆସିଥିଲେ । ଅବଶ୍ୟ ଅଧିକାଂଶ ଦଳ ଏମିତି କରନ୍ତି । ତେବେ ଏହାକୁ ମୁଁ ଖେଳୁଆଡ଼ ମନୋଭାବ ବୋଲି କହି ପାରିବି ନାହିଁ । ସମୟ ଅପଚୟର ଅନ୍ୟ ବାଟ ବି ଅଛି । ବିଳମ୍ବରେ କ୍ରିଜ୍‌କୁ ଆସିବା ଆଦୌ ଗ୍ରହଣୀୟ ନୁହେଁ । ସୂଚନାଯୋଗ୍ୟ ଯେ ଏହି ଟେଷ୍ଟର ପ୍ରଥମ ପାଳିରେ ଇଂଲଣ୍ଡର ୩୮୭ ରନ୍‌ର ସମକକ୍ଷ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ତୃତୀୟ ଦିନର ଷ୍ଟମ୍ପ୍ସ ପୂର୍ବରୁ ଅନ୍ୟୁନ ୨ ଓଭର ବୋଲିଂ କରିବାକୁ ଚାହୁଥିଲା । ହେଲେ ଇଂଲଣ୍ଡର ଏଭଳି ବିତର୍କିତ ରଣନୀତି ଲାଗି କେବଳ ଗୋଟିଏ ଓଭର ବୋଲିଂ କରିପାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe