କନକ ବ୍ୟୁରୋ : ୨୦୨୬ ଟି-୨୦ ବିଶ୍ୱକପ ପୂର୍ବରୁ କଙ୍ଗାରୁ ଟିମ୍କୁ ବଡ଼ ଝଟକା । ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ବୋଲର ମିଚେଲ ଷ୍ଟାର୍କ । ଟେଷ୍ଟ ଏବଂ ଦିନିକିଆ ଫର୍ମାଟରେ କିନ୍ତୁ ଖେଳ ଜାରି ରଖିବେ । ୨୦୧୨ରେ ନିଜର ଟି-ଟ୍ବେଣ୍ଟି କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୩ ବର୍ଷ ପରେ ଏହି ଫର୍ମାଟକୁ ଅଲବିଦା କହିଛନ୍ତି ଷ୍ଟାର୍କ । ଜୁନ ୨୦୨୪ରେ ଭାରତ ବିପକ୍ଷରେ ତାଙ୍କର ଶେଷ ଅନ୍ତର୍ଜାତୀୟ ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଥିଲେ ଏହି ଅଷ୍ଟ୍ରେଲୀୟ ଖେଳାଳି । ୨୦୨୬ ଟି-ଟ୍ବେଣ୍ଟି ବିଶ୍ୱକପ୍ ପୂର୍ବରୁ ଆସିଛି ଷ୍ଟାର୍କଙ୍କ ଏଭଳି ନିଷ୍ପତ୍ତି, ଯାହା ଅଷ୍ଟ୍ରେଲିଆ ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି । ଟି-ଟ୍ବେଣ୍ଟି ଫର୍ମାଟରେ ମୋଟ ୬୫ଟି ମ୍ୟାଚ ଖେଳିଛନ୍ତି ଏହି ଷ୍ଟାର ଖେଳାଳି । ମିଚେଲ ଷ୍ଟାର୍କ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ପ୍ରାଥମିକତା ହେଉଛି ଟେଷ୍ଟ ଏବଂ ODI କ୍ରିକେଟରେ ତାଙ୍କ କ୍ୟାରିୟରକୁ ଲମ୍ବା କରିବା । ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ପ୍ରସ୍ତୁତି ଜାରି ରଖିବେ ଷ୍ଟାର୍କ ।
ଟି-୨୦ରୁ ଷ୍ଟାର୍କଙ୍କ ଅବସର
କଙ୍ଗାରୁ ଟିମ୍କୁ ବଡ଼ ଝଟକା
୨୦୨୬ ଟି-୨୦ ବିଶ୍ୱକପ୍ ପୂର୍ବରୁ କଙ୍ଗାରୁ ଟିମ୍କୁ ବଡ଼ ଝଟକା
ଟି-୨୦ କ୍ରିକେଟ୍ରୁ ଅବସର ନେଲେ ଷ୍ଟାର ବୋଲର୍ ମିଚେଲ ଷ୍ଟାର୍କ
୧୩ ବର୍ଷ ପରେ ଏହି ଫର୍ମାଟ୍କୁ ଅଲବିଦା କହିଛନ୍ତି ଷ୍ଟାର୍କ
୨୦୨୪ରେ ଭାରତ ବିପକ୍ଷରେ ଶେଷ ମ୍ୟାଚ୍ ଖେଳିଥିଲେ ଷ୍ଟାର୍କ
ଟି-ଟ୍ବେଣ୍ଟି ଫର୍ମାଟ୍ରେ ମୋଟ ୬୫ଟି ମ୍ୟାଚ୍ ଖେଳିଛନ୍ତି ଷ୍ଟାର୍କ
ଟେଷ୍ଟ ଏବଂ ଦିନିକିଆ ଫର୍ମାଟ୍ରେ କିନ୍ତୁ ଖେଳିବେ ଷ୍ଟାର୍କ
ଆଇପିଏଲ୍ ଏବଂ ଅନ୍ୟାନ୍ୟ ଘରୋଇ ମ୍ୟାଚ୍ ମଧ୍ୟ ଖେଳିବେ ଷ୍ଟାର୍କ