Arjuna Ranatunga Photograph: (Kanak News)
କନକ ବ୍ୟୁରୋ: ଗିରଫ ହେବେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ଅର୍ଜୁନ ରଣତୁଙ୍ଗା । ଦୁର୍ନୀତି ମାମଲାରେ ଗିରଫ ଆଦେଶ ଜାରି ଓ ବିଦେଶ ଗସ୍ତ ଉପରେ ଲାଗିଲା ରୋକ୍ । ଶ୍ରୀଲଙ୍କାର ବିଶ୍ୱକପ୍ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । ଦୁର୍ନୀତି ଅଭିଯୋଗରେ ତାଙ୍କୁ ଗିରଫ କରାଯିବ । ୧୯୯୬ ବିଶ୍ୱକପ୍ରେ ଶ୍ରୀଲଙ୍କାକୁ ଚାମ୍ପିଅନ୍ କରାଇଥିବା ପୂର୍ବତନ କ୍ରିକେଟର ତଥା ପେଟ୍ରୋଲିୟମ୍ ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗାଙ୍କ ଭାଇ ଧମ୍ମିକା ରଣତୁଙ୍ଗାଙ୍କୁ ଦୁର୍ନୀତି କମିସନ ଗିରଫ୍ କରିଛନ୍ତି । ଧମ୍ମିକାଙ୍କୁ ଜାମିନରେ ଛଡ଼ାଯାଇଥିବା ବେଳେ ଅର୍ଜୁନଙ୍କୁ ଦ୍ୱିତୀୟ ଅଭିଯୁକ୍ତ ଦର୍ଶାଯାଇଛି । ୨୦୧୭ ମସିହାରେ ସିଲୋନ୍ ପେଟ୍ରୋଲିୟମ୍ କର୍ପୋରେସନ୍ରେ ଅଶୋଧିତ ତୈଳ କିଣା ଟେଣ୍ଡର୍ ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ହୋଇଥିଲା । ଏଥିରେ ଦେଶର କୋଷାଗାରକୁ ୮୦୦ ମିଲିଅନ ଶ୍ରୀଲଙ୍କା ଟଙ୍କା କ୍ଷତି ହୋଇଛି । ଅର୍ଜୁନ ବର୍ତ୍ତମାନ ବିଦେଶରେ ଥିବାରୁ ଫେରିଆସିବା ପରେ ଗିରଫ୍ ହେବେ ବୋଲି କମିସନ କହିଛନ୍ତି । ଏହି ମାମଲା ଶ୍ରୀଲଙ୍କାର ଦୁର୍ନୀତି ବିରୋଧୀ ଅଭିଯାନର ଅଂଶ ବୋଲି କୁହାଯାଉଛି ।
ସୁଫଳ ଆଣିଲା ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା
ଗିରଫ ହେବେ ରଣତୁଙ୍ଗା
ଶ୍ରୀଲଙ୍କାର ୧୯୯୬ ବିଶ୍ୱକପ୍ ବିଜେତା ଅଧିନାୟକ ଅର୍ଜୁନ ରଣତୁଙ୍ଗା
ରଣତୁଙ୍ଗାଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରିବାକୁ ନିର୍ଦ୍ଦେଶ
ଅର୍ଜୁନ ଏବେ ବିଦେଶରେ ଅଛନ୍ତି, ଫେରିଲା ପରେ ଗିରଫ ହେବେ
ତାଙ୍କ ଭାଇ ଧମ୍ମିକା ରଣତୁଙ୍ଗାଙ୍କୁ ଦୁର୍ନୀତି କମିସନ ଗିରଫ କରି ଜାମିନରେ ଛାଡ଼ିଛନ୍ତି
ଧମ୍ମିକାଙ୍କ ବିଦେଶ ଯାତ୍ରା ଉପରେ ରୋକ୍ ଲଗାଯାଇଛି
୨୦୧୭ରେ ପେଟ୍ରୋଲିୟମ୍ କର୍ପୋରେସନ ଟେଣ୍ଡରରେ ଅନିୟମିତତା ଅଭିଯୋଗ
ଧମ୍ମିକା ସେତେବେଳେ CPC ଅଧ୍ୟକ୍ଷ ଏବଂ ଅର୍ଜୁନ ପେଟ୍ରୋଲିୟମ୍ ମନ୍ତ୍ରୀ ଥିଲେ
ଦୀର୍ଘମିଆଦୀ ଚୁକ୍ତି ବଦଳାଇ ମହଙ୍ଗା ସ୍ପଟ୍ କ୍ରୟ କରାଯାଇଥିବା ଅଭିଯୋଗ
ରାଷ୍ଟ୍ରୀୟ କୋଷାଗାରକୁ ୮୦୦ ମିଲିୟନ ଶ୍ରୀଲଙ୍କା ଟଙ୍କା କ୍ଷତି
ଏହା ଶ୍ରୀଲଙ୍କାର ଦୁର୍ନୀତି ବିରୋଧୀ ଅଭିଯାନର ଅଂଶ
ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୩ରେ ହେବ
Follow Us