କ୍ରିକେଟ ଫ୍ୟାନ୍ସଙ୍କୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିଛି । ଫ୍ୟାନ୍ସଙ୍କ ଉପରେ ଦୁଃଖର କଳାବାଦଲ ଛାଇଯାଇଛି । ପ୍ରଥମେ ହିଟମ୍ୟାନ୍‌ ଆଉ ଏବେ କିଙ୍ଗ କୋହଲିଙ୍କ ଅବସର ଫ୍ୟାନ୍ସଙ୍କୁ ଆଚମ୍ବିତ କରିଛି । ପ୍ରଥମେ ଟି-ଟ୍ୱେଣ୍ଟି ଆଉ ଏବେ ଟେଷ୍ଟ କ୍ରିକେଟକୁ ଏକାସାଙ୍ଗରେ ବାଏ ବାଏ କରିଦେଇଛନ୍ତି ରୋ-କୋ ଯୋଡ଼ି ।

Advertisment

ଭାରତୀୟ ଟେଷ୍ଟ ଦଳରୁ ଜଣକ ପରେ ଜଣେ ଷ୍ଟାର ଖେଳାଳି ଅବସର ଘୋଷଣା କରୁଛନ୍ତି । କ୍ୟାପ୍ଟେନ ରୋହିତ ଶର୍ମାଙ୍କ ଅବସରର କିଛି ଦିନ ପରେ ଟେଷ୍ଟକୁ ସବୁଦିନ ପାଇଁ ଅଲବିଦା କରିଦେଲେ କିଙ୍ଗ କୋହଲି । ଆଉ ପଡ଼ିଆରେ ଦିଶିବନି ରୋ-କୋ ଯୋଡ଼ିଙ୍କ ଜଲୱା । ରୋହିତଙ୍କ ଟେଷ୍ଟରେ ଆଟାକିଂ ବ୍ୟାଟିଂ ଓ କୋହଲିଙ୍କ ଲମ୍ବା ଇନିଂସ ଆଗକୁ ଆଉ ଦେଖିବାକୁ ମିଳିବନି । ଯାହାକୁ ଫ୍ୟାନ୍ସ ବୋଧ ହୁଏ ଅଧିକ ମନେ ପକାଇବେ ।

ମୁରବୀଶୂନ୍ୟ ହୋଇଗଲା ଟେଷ୍ଟ ଦଳ । ଟିମ୍‌ରେ ଅନେକ ଯୁବ ଷ୍ଟାର ଖେଳାଳି ଥିଲେ ମଧ୍ୟ ରୋ-କୋ ଯୋଡ଼ିଙ୍କ ଶୂନ୍ୟତା ପୂରଣ କରିବା ବୋଧ ହୁଏ କଠିନ । କିଛିଦିନ ତଳେ ବିରାଟ ଟେଷ୍ଟରୁ ଅବସର ନେବା ନେଇ ଚର୍ଚ୍ଚା ବଢୁଥିବା ବେଳେ ଗତକାଲି ସେ ନିଜ ସୋସିଆଲ ମିଡିଆ ପୋଷ୍ଟରେ ରିଟାର୍ଡମେଣ୍ଟ ଘୋଷଣା କରିଛନ୍ତି । ଭାବବିହ୍ୱଳ ପୋଷ୍ଟ ଲେଖି ଫ୍ୟାନ୍ସଙ୍କୁ ବାଏ ବାଏ କରିଛନ୍ତି କୋହଲି ।

ବିରାଟଙ୍କ କିଛିଦିନ ପୂର୍ବରୁ ସମାନ ଢଙ୍ଗରେ ହିଟମ୍ୟାନ୍‌ ରୋହିତ ଶର୍ମା ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କରିଥିଲେ । ଯାହା ପ୍ରତିଟି ଫ୍ୟାନ୍ସଙ୍କୁ କଷ୍ଟ ଦେଇଥିଲା । ଗତବର୍ଷ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତିବା ପରେ ଉଭୟ ଟି-ଟ୍ୱେଣ୍ଟି କ୍ରିକେଟକୁ ଅଲବିଦା କରିଥିଲେ । ଏବେ ଏହି ଯୋଡ଼ିଙ୍କୁ କେବଳ ଦିନିକିଆରେ ଦେଖିବାକୁ ମିଳିବ ।

ଗତ କିଛି ବର୍ଷରେ ଟେଷ୍ଟରେ ଉଭୟଙ୍କ ପ୍ରଦର୍ଶନ ବେଶ କିଛି ଭଲ ରହିନଥିଲା । ହେଲେ ବି ଦଳର ଜଣେ ସିନିୟର ଖେଳାଳି ଭାବେ ଟିମ୍‌କୁ ଆଗକୁ ନେବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ ରୋହିତ ଓ ବିରାଟ । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ରେ ପରାଜୟ ପରେ ଉଭୟ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଉଭୟ ଟେଷ୍ଟକୁ ଅଲବିଦା କହିସାରିଛନ୍ତି ।

ଟେଷ୍ଟ କ୍ରିକେଟରେ ଏହି ଦୁଇ କିମ୍ୱଦନ୍ତୀ ଖେଳାଳିଙ୍କ ଶୂନ୍ୟସ୍ଥାନ ଆଗକୁ କିଏ ପୂରଣ କରିବ ସେନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି ।