କନକ ବ୍ୟୁରୋ : ୧୮ ବର୍ଷର ଅପେକ୍ଷା..କୋଟି କୋଟି ଫ୍ୟାନ୍ସଙ୍କ ସ୍ୱପ୍ନ । ଅହମ୍ମଦାବାଦରେ ବିଜୟ, ସାରା ବିଶ୍ୱରେ ସେଲିବ୍ରେସନ । ଯାହା କେହି କରିପାରିଲେନି, ତାହା ଥରକରେ କରି ଦେଖାଇଲେ ରଜତ ପାଟ୍ଟିଦାର । ପୂରଣ ହେଲା ବିରାଟଙ୍କ ସ୍ୱପ୍ନ । ଖୁସି ମନାଇଲେ କୋଟି କୋଟି ଆର୍ସିବି ଫ୍ୟାନ୍ସ ।
କ୍ୟାପ୍ଟେନ ବଦଳିଲେ, କିନ୍ତୁ ବଦଳୁନଥିଲା ଟିମ୍ର ଭାଗ୍ୟ । ନା ଚାଲିଥିଲା ରାହୁଲ ଦ୍ରାବିଡଙ୍କ ଜଲୱା, ନା ଚାଲିଥିଲା କୁମ୍ବଲେଙ୍କ ଫିରକି । ନା କାମ କରିଥିଲା ଭିଟ୍ଟୋରିଙ୍କ ରଣନୀତି ନା କାମ କଲା କୋହଲିଙ୍କ ଆଗ୍ରେସନ୍ । ଯଦି କିଏ କୋଟି କୋଟି ଆରସିବି ଫ୍ୟାନ୍ସଙ୍କ ସ୍ୱପ୍ନ ପୂରଣ କଲା, ସେ ହେଉଛନ୍ତି ରଜତ ପାଟ୍ଟିଦାର । ଛୋଟ ସହରରୁ ଆସିଥିବା ଏହି କ୍ରିକେଟର ଆଜି ଆରସିବି ପାଇଁ ଇତିହାସ ରଚି ସମସ୍ତଙ୍କ ପାଇଁ ହିରୋ ପାଲଟି ଯାଇଛନ୍ତି ।
୧୮ ବର୍ଷରେ ଅନେକ କ୍ୟାପ୍ଟେନ ବଦଳିଲେ । କିନ୍ତୁ ଟ୍ରଫି ହାତେଇବାରେ ସଫଳ କେହି ବି ହୋଇନଥିଲେ । ପ୍ରଥମଥର ପାଇଁ କ୍ୟାପ୍ଟେନ୍ ଭାର ନେଇ ଆରିସିବି ପାଇଁ ଇତିହାସ ରଚିଲେ ରଜତ । ଯିଏ ଦିନେ କ୍ରିକେଟ ପାଇଁ ପରୀକ୍ଷାକୁ ଏଡ଼ାଇ ଦେଇଥିଲେ । ଆଜି କିନ୍ତୁ ତାଙ୍କ ଜୀବନର ପ୍ରତିଟି ପରୀକ୍ଷାରେ ସଫଳ ହୋଇଛନ୍ତି ରଜତ । ଆରିସିବକୁ ଦୀର୍ଘ ୧୮ ବର୍ଷ ପରେ ଟ୍ରଫି ଜିତାଇବାରେ ସଫଳ ହୋଇଛନ୍ତି । ପୂର୍ବରୁ ରାହୁଲ ଦ୍ରାବିଡ଼, ଅନିଲ କୁମ୍ବଲେ, ଡାନିଏଲ୍ ଭିଟ୍ଟୋରି ଓ ବିରାଟ କୋହଲି ଭଳି ଅଭିଜ୍ଞ ଖେଳାଳି ଯାହା କରିପାରିନଥିଲେ, ତାହା ରଜତ ପାଟ୍ଟିଦାର ଗୋଟିଏ ବର୍ଷରେ କରି ଦେଖାଇଛନ୍ତି ।
ରଜତଙ୍କ କ୍ୟାପ୍ଟେନସିପ୍ରେ ଆରସିବି ଚଳିତ ସିଜିନରେ ଅନେକ ରେକର୍ଡ ହାସଲ କରିଛି । ୧୦ ବର୍ଷ ପରେ ମୁମ୍ୱାଇକୁ ୱାଙ୍ଖଡ଼େରେ ହରାଇବା, ୧୭ ବର୍ଷ ପରେ ଚେନ୍ନାଇକୁ ତାଙ୍କ ଘରୋଇ ମାଟିରେ ହରାଇବା ଓ କେକେଆର୍କୁ ତାଙ୍କ ହୋମ୍ ଗ୍ରାଉଣ୍ତରେ ଧୂଳି ଚଟାଇବା । ଏସବୁ ସମ୍ଭବ ହୋଇପାରିଛି ରଜତଙ୍କ ଅଧିନାୟକତ୍ୱରେ । କ୍ୱାଲିଫାୟାର ୧ ରେ ରଜତଙ୍କ ୪୦ ବଲ୍ରେ ୮୧ ରନ୍ ବଳରେ ଫାଇନାଲରେ ସ୍ଥାନ ପକ୍କା କରିଥିଲା ଆରସିବି । ଆଉ ଶେଷରେ ଫାଇନାଲ ଟ୍ରଫି ବି ହାତେଇଛି ଆରସିବି । ବିଜୟର ଶ୍ରେୟ ପୂରା ଟିମ୍କୁ ଯାଉଥିଲେ ମଧ୍ୟ ପ୍ରମୁଖ ଭୂମିକା କିନ୍ତୁ ରଜତଙ୍କର ହିଁ ରହିଛି । ଆଗାମୀ ବର୍ଷରେ ମଧ୍ୟ ରଜତ ନିଜର କ୍ୟାପ୍ଟେନସିପ୍ରେ ଏମିତି ଜଲୱା ଦେଖାଇବେ ବୋଲି ଖୋଦ୍ କିଙ୍ଗ କୋହଲି କହିଛନ୍ତି ।
ଅଲ୍ ଦ ବେଷ୍ଟ ରଜତ..
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/06/05/zHaB2LBK3RwqGaNGA2Io.jpg)