ଆଇପିଏଲରେ ହେଉଛି ଟଙ୍କା ବର୍ଷା । ମାଲାମାଲ ହେଉଛନ୍ତି ଖେଳାଳି ଓ କୋଚ୍‌ । ଖାଲି ଷ୍ଟାର କ୍ରିକେଟର ନୁହନ୍ତି ବରଂ କୋଚ୍‌ ବି ହେଉଛନ୍ତି ମାଲାମାଲ । ଅନେକ ପୂର୍ବତନ କ୍ରିକେଟର ଆଇପିଏଲ୍‌ରେ କୋଚ୍‌ ଭୂମିକା ତୁଲାଉଛନ୍ତି । କୋଚ୍‌ ଭାବେ ଫ୍ରାଞ୍ଚାଇଜ୍‌ଠୁ ନେଉଛନ୍ତି କୋଟି କୋଟି ଟଙ୍କା । କିଛି କୋଚ୍‌ ଅଛନ୍ତି, ଯିଏ କି ନିଜ ନେଟୱର୍ଥ ଯୋଗୁଁ କ୍ରିକେଟ ଇତିହାସରେ ଧନୀ କୋଚ୍‌ ଭାବେ ପରିଚିତ ହୋଇଛନ୍ତି । ଟି-ଟ୍ୱେଣ୍ଚି ଲିଗ୍‌ ଏବେ କୋଚ୍‌ମାନଙ୍କୁ ମାଲାମାଲ କରୁଛି । ତେବେ ରେସ୍‌ରେ ଅନେକ କିମ୍ବଦନ୍ତୀ ଖେଳାଳି ରହିଛନ୍ତି । ଆସନ୍ତୁ ଜାଣିବା ଆଇପିଏଲ୍‌ର ୧୦ ଧନୀ କୋଚ୍‌ଙ୍କ ରେସ୍‌ରେ କିଏ ରହିଛନ୍ତି ଆଗୁଆ ।

Advertisment

ଆଇପିଏଲ୍‌ରେ କୋଚ୍‌ଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଫ୍ରାଞ୍ଚାଇଜ୍‌ ନିଜର କୋଚ୍‌ ଚୟନ କରୁଛନ୍ତି । ଭଲ କୋଚ୍‌ ଭାବେ ଅନେକ କିମ୍ବଦନ୍ତୀ ଖେଳାଳି ଆଇପିଏଲ୍‌ରେ ନିଜ ଛାପ ବି  ଛାଡ଼ିଛନ୍ତି । ସେ ଅଷ୍ଟ୍ରେଲିଆର ରିକି ପଏଣ୍ଟିଂ ହୁଅନ୍ତା ବା ଭାରତର ରାହୁଲ ଦ୍ରାବିଡ଼ । ମ୍ୟାଚ୍‌ ଜିତିବା ପାଇଁ ଭଲ ରଣନୀତି, ଟିମ୍‌ର ଯୁବ ଖେଳାଳିଙ୍କ ବିକାଶ ଓ ଟ୍ରଫି ଜିତିବାରେ କୋଚ୍‌ଙ୍କ ବଡ଼ ଭୂମିକା ରହୁଛି ।

ତିନିଥର ବିଶ୍ୱକପ୍‌ ଟ୍ରଫି ଜିତିଥିବା ସଫଳତମ କ୍ୟାପ୍ଟେନ ହେଉଛନ୍ତି କଙ୍ଗାରୁ ଦଳର ପୂର୍ବତନ କ୍ରିକେଟର ରିକି ପଏଣ୍ଟିଂ । ସଫଳତମ କ୍ୟାପ୍ଟେନ ଭାବେ ନିଜ ଛାପ ଛାଡ଼ିଥିବା ବେଳେ ଆଇପିଏଲ୍‌ରେ ଜଣେ ସଫଳ କୋଚ୍‌ ଭାବେ ମଧ୍ୟ ବେଶ୍‌ ପରିଚିତ । ଚଳିତ ସିଜିନ୍‌ରେ ପଞ୍ଜାବ କିଙ୍ଗ୍ସର କୋଚ୍‌ ରହିଛନ୍ତି ପଏଣ୍ଟିଂ । ଫ୍ରାଞ୍ଚାଇଜ୍‌ଠାରୁ ନେଉଛନ୍ତି ୩.୫ କୋଟି ଟଙ୍କା । ରିକି ପଏଣ୍ଟିଂ ବର୍ତ୍ତମାନ ଆଇପିଏଲ୍‌ର ସବୁଠୁ ଧନୀ କୋଚ୍‌ ରହିଛନ୍ତି । ତାଙ୍କ ନେଟୱର୍ଥ ପ୍ରାୟତଃ ୬୦୦ରୁ ୮୦୦କୋଟି । ପଏଣ୍ଟିଂ କୋଚିଂ ବ୍ୟତିତ କମେଣ୍ଟ୍ରି ମଧ୍ୟ କରନ୍ତି ।

ତାଙ୍କ ପଛକୁ ରହିଛନ୍ତି ଟିମ୍‌ ଇଣ୍ତିଆକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଜିତାଇଥିବା ଭାରତର କିମ୍ବଦନ୍ତୀ ଖେଳାଳି ରାହୁଲ ଦ୍ରାବିଡ଼ । ସେ ରାଜସ୍ଥାନ ରୟାଲ୍ସର କୋଚ୍‌ ଭାବେ ୫ କୋଟି ଟଙ୍କା ନେଉଛନ୍ତି । ତାଙ୍କ ନେଟୱର୍ଥ ୩୨୦ କୋଟି ଟଙ୍କା ।

୩ନଂରେ ଜଷ୍ଟିନ ଲାଙ୍ଗର
ଟିମ୍- ଲକ୍ଷ୍ନୌ ସୁପରଜାଏଣ୍ଟସ୍‌
ନେଟୱର୍ଥ-୮୬ କୋଟି

୪ନଂରେ ମାହେଲା ଜୟୱର୍ଦ୍ଧନେ
ଟିମ୍- ମୁମ୍ବାଇ ଇଣ୍ତିଆନ୍ସ
ନେଟୱର୍ଥ-୮୫ କୋଟି

୫ନଂରେ ଡାନିଏଲ୍‌ ଭିଟୋରୀ
ଟିମ୍- ସନରାଇଜର୍ସ ହାଇଦ୍ରାବାଦ
ନେଟୱର୍ଥ-୮୩-୧୦୦ କୋଟି

୫ନଂରେ ଡାନିଏଲ୍‌ ଭିଟୋରୀ
ଟିମ୍- ସନରାଇଜର୍ସ ହାଇଦ୍ରାବାଦ
ନେଟୱର୍ଥ-୮୩-୧୦୦ କୋଟି

୬ନଂରେ ଷ୍ଟିଫେନ୍‌ ଫ୍ଲେମିଙ୍ଗ
ଟିମ୍- ଚେନ୍ନାଇ ସୁପରକିଙ୍ଗ୍ସ
ନେଟୱର୍ଥ-୬୮ କୋଟି

୭ନଂରେ ଆଶିଷ ନେହେରା
ଟିମ୍- ଗୁଜୁରାଟ ଟାଇଟନ୍ସ
ନେଟୱର୍ଥ-୪୦-୪୫ କୋଟି

୮ନଂରେ ଆଣ୍ତି ଫ୍ଲାୱାର୍
ଟିମ୍- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ
ନେଟୱର୍ଥ-୪୩ କୋଟି

୯ନଂରେ ଚନ୍ଦ୍ରକାନ୍ତ ପଣ୍ତିତ
ଟିମ୍- କୋଲକାତା ନାଇଟ ରାଇଡର୍ସ
ନେଟୱର୍ଥ-୨୫ କୋଟି

୧୦ନଂରେ ହେମଙ୍ଗ ବଦାନୀ
ଟିମ୍- ଦିଲ୍ଲୀ କ୍ୟାପିଟାଲ୍ସ
ଆଇପିଏଲ୍ ୨୦୨୫-୧.୫ କୋଟି

ତେବେ କାହା କୋଚିଂରେ କେଉଁ ଟିମ୍‌ କେତେ ସଫଳତା ହାସଲ କରୁଛି, ତାହା ଦେଖିବାକୁ ବାକି ରହିଲା ।