ଆଉ କେବେ ସୁଧୁରିବ ପାକିସ୍ତାନ । ବାରମ୍ବାର ପରାଜୟର ସ୍ୱାଦ ଚାଖିବା ପରେ ବି କମୁନି ତେୱର୍‌ । ମ୍ୟାଚ୍‌ ତ ଜିତିପାରୁନାହାନ୍ତି କିନ୍ତୁ ଫିଲ୍ଡରେ ଲଜ୍ଜାଜନକ ଆଚରଣ କରୁଛନ୍ତି । ପାକିସ୍ତାନର ଓପନର ସାହିବଜାଦା ଫରହାନଙ୍କ ସେଲିବ୍ରେସନକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି । ବିବାଦୀୟ ଅନ୍ଦାଜରେ ଫିଲ୍ଡରେ କରିଛନ୍ତି ସେଲିବ୍ରେସନ୍‌ । କ୍ରିକେଟ ଏକ ଜେଣ୍ଟଲମ୍ୟାନ୍‌ ଗେମ୍‌ ହୋଇଥିବା ବେଳେ ତାଙ୍କର ଏମିତି ସେଲିବ୍ରେସନକୁ ନେଇ ପାକିସ୍ତାନ ଟିମ୍‌ ଉପରେ ଆକ୍ସନ ନେବା ପାଇଁ ଦାବି ଉଠିଲାଣି ।

Advertisment

ପାକିସ୍ତାନର ଓପନର୍ ସାହିବଜାଦା ଫରହାନ୍ ଏସିଆ କପ୍ ୨୦୨୫ର ସୁପର-୪ ମ୍ୟାଚରେ ଭାରତ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରି ବନ୍ଧୁକ ଚଳାଇବା ଢ଼ଙ୍ଗରେ ସେଲିବ୍ରେସନ୍‌ କରିଥିଲେ । ସାହିବଜାଦା ଫରହାନ୍‌ଙ୍କ 'ଗନ୍ ସେଲିବ୍ରେସନ୍'କୁ ନେଇ ଏବେ ବିବାଦ ଦେଖାଦେଇଛି । ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବା ବେଳେ ତାଙ୍କର ଏହି 'ଗନ୍ ସେଲିବ୍ରେସନ୍'ରେ କାହାକୁ ଟାର୍ଗେଟ୍ କରୁଥିଲା ବୋଲି ପ୍ରଶ୍ନ ଉଠିଛି ।

'ଗନ୍ ସେଲିବ୍ରେସନ୍' ଉପରେ ନିଆଯିବ କି କାର୍ଯ୍ୟାନୁଷ୍ଠାନ?

ସାହିବଜାଦା ଫରହାନ୍‌ଙ୍କ 'ଗନ୍ ସେଲିବ୍ରେସନ୍' କୁ ନେଇ ଏବେ ବିତର୍କ ତୀବ୍ର ହୋଇଛି । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଯେଉଁ ପାକିସ୍ତାନୀ ଦଳ, ତାଙ୍କ ବୋର୍ଡ (ପିସିବି) ଏବଂ ଏସିସିର ମୁଖ୍ୟ ମୋହସିନ୍ ନକଭି ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଲିଗ୍ ମ୍ୟାଚରେ ହାତ ମିଳାଇ ନଥିବାକୁ ନେଇ ଏତେ ବିବାଦ ସୃଷ୍ଟି କରିଥିଲେ ଏବଂ ଏସିଆ କପ୍ ବର୍ଜନ କରିବାକୁ ଘୋଷଣା କରିଥିଲେ । ତେବେ କ'ଣ ଏବେ ସେମାନେ ନିଜ ଦଳର ଖେଳାଳିଙ୍କ ଏହି ଲଜ୍ଜାଜନକ ସେଲିବ୍ରେସନ୍ ଉପରେ କୌଣସି ଦୃଢ଼ ପଦକ୍ଷେପ ନେବେ କି ? ନା ଏହାକୁ ପାକିସ୍ତାନୀ ଖେଳାଳିଙ୍କ ଦ୍ୱାରା ଏକ ବୀରତ୍ୱପୂର୍ଣ୍ଣ ଉତ୍ସବ ଭାବରେ ଦର୍ଶାଯିବ? ଯଦି ପିସିବି ବା ପାକିସ୍ତାନୀ ଦଳ ସାହିବଜାଦା ଫରହାନ୍‌ଙ୍କୁ ସମର୍ଥନ କରନ୍ତି, ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ, କାରଣ ଏଭଳି କାର୍ଯ୍ୟ ସେମାନଙ୍କ ଅତୀତର ଅଂଶବିଶେଷ ରହିଆସିଛି ।

ଏହି ସେଲିବ୍ରେସନ୍ ସ୍ପଷ୍ଟ କରୁଛି ଯେ ପାକିସ୍ତାନ କେଉଁ ଚିନ୍ତାଧାରା ନେଇ ପଡ଼ିଆକୁ ଓହ୍ଲାଉଛନ୍ତି ଏବଂ ସେମାନଙ୍କ ଭିତରେ କେତେ ଖେଳ ଭାବନା ଅଛି ଏବଂ ଖେଳ ପ୍ରତି କେତେ ସମ୍ମାନ ରହିଛି । ପଡ଼ିଆ ବାହାରେ ମଧ୍ୟ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏପ୍ରିଲ ୨୦୨୫ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ଯେଉଁଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା, ଏବଂ ତା'ପରେ ସୀମାରେ ହୋଇଥିବା ଗୁଳିଚାଳନା ସମ୍ପର୍କକୁ ଆହୁରି ବିଗାଡ଼ି ଦେଇଛି । ଏଭଳି ପରିସ୍ଥିତିରେ ସାହିବଜାଦା ଫରହାନ୍‌ଙ୍କ ଏହି ଗନ୍ ସେଲିବ୍ରେସନ୍ ଉପରେ ବିବାଦ ଆହୁରି ଗଭୀର ହୋଇପାରେ ।

ଏବେ ଦେଖିବାକୁ ବାକି ରହିଲା ଯେ ଭାରତୀୟ ଦଳ କିମ୍ବା ବିସିସିଆଇ (BCCI) ତରଫରୁ ଏହି ମାମଲାରେ କୌଣସି ଅଭିଯୋଗ ଦାଖଲ କରାଯାଉଛି କି ନାହିଁ କିମ୍ବା ମ୍ୟାଚ୍ ରେଫେରିଙ୍କ ତରଫରୁ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ ।