କନକ ବ୍ୟୁରୋ : ପୁଣି ଚର୍ଚ୍ଚାରେ ମାହି । ଆଇପିଏଲ ୨୦୨୫ରେ ଧୋନୀଙ୍କ ବ୍ୟାଟିଂ କ୍ରମକୁ ନେଇ ଚର୍ଚ୍ଚା । କାହିଁକି ୭ ନଂରେ ଖେଳିବାକୁ ଆସୁଛନ୍ତି ଧୋନୀ । ସେନେଇ ବଡ଼ ଖୁଲାସା କରିଛନ୍ତି କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ । କୋଚ୍ଙ୍କ ପ୍ରତିକ୍ରିୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଫ୍ୟାନ୍ସ । ଧୋନିଙ୍କ ଫର୍ମକୁ ନେଇ ଗତ ସିଜିନ୍ରୁ ଚର୍ଚ୍ଚା ଜୋର ଧରିଛି । ବର୍ତ୍ତମାନ କୋଚ୍ଙ୍କ ମନ୍ତବ୍ୟ ଅନେକ ପ୍ରଶ୍ନ ଠିଆ କରିଛି ।
ଏମିତି ଅନେକ ପ୍ରଶ୍ନ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି । ଫ୍ୟାନ୍ସ ଧୋନୀଙ୍କ ଲମ୍ବା ଇନିଂସକୁ ଅପେକ୍ଷା କରିଥିବା ବେଳେ କୋଚ୍ଙ୍କ ମନ୍ତବ୍ୟ ସବୁ ପ୍ରଶ୍ନ ଉପରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛି । ଧୋନୀ ୧୦ ଓଭର୍ ପର୍ଯ୍ୟନ୍ତ ବ୍ୟାଟିଂ କରିପାରିବେନି ବୋଲି କୋଚ୍ ସଫା ସଫା କହିଦେଇଛନ୍ତି । ଧୋନୀଙ୍କ ଆଣ୍ଠୁ ସମସ୍ୟା ଏଥିପାଇଁ ବଡ଼ କାରଣ ବୋଲି ପ୍ରେସମିଟ୍ରେ କହିଛନ୍ତି କୋଚ୍ । ବାସ୍ତବରେ ଧୋନୀ ସିଚୁଏସନ୍କୁ ଦୃଷ୍ଟିରେ ରଖି ନିଜ ବ୍ୟାଟିଂ କ୍ରମ ବାଛିଥାନ୍ତି । ଧୋନୀ ଟିମ୍ର ମାର୍ଗଦର୍ଶକ ସହ ଜଣେ ଭଲ ୱିକେଟ୍ କିପର୍ । କିନ୍ତୁ ବ୍ୟାଟିଂ ଡାଉନ୍ ଚେଞ୍ଜ କରିବା ଟିମ୍ ପାଇଁ ଭଲ ନୁହେଁ ବୋଲି କୋଚ୍ ।
ଯଦି ଟିମ୍ର ବ୍ୟାଟିଂ ଅର୍ଡର ୧୦ ଓଭର୍ ଭିତରେ ବିପର୍ୟ୍ୟୟ ଘଟେ, ତେବେ ଧୋନୀ ଶେଷ ଯାଏ ଟିମ୍କୁ ନେଇପାରିବେ ତ ? ଧୋନୀ ମ୍ୟାଚ୍ ଫିନିସର୍ ଭୂମିକା ତୁଲାଇ ପାରିବେ ତ ? କିନ୍ତୁ କୋଚ୍ଙ୍କ ବୟାନ ଫ୍ୟାନ୍ସଙ୍କୁ ଝଟକା ଦେଇଛି । କ୍ରମାଗତ ଭାବେ ପୂର୍ବ ଏବଂ ଚଳିତ ସିଜିନ୍ରେ ଧୋନୀ ୬ନଂ ପରେ ବ୍ୟାଟିଂ କରିବାକୁ ଆସୁଛନ୍ତି । ଏମିତିକି ଅଶ୍ୱିନ ମଧ୍ୟ ତାଙ୍କ ଉପରେ ବ୍ୟାଟିଂ କରୁଛନ୍ତି । ତେବେ ଧୋନୀଙ୍କ ଫିଟନେସ୍ ଏହା ପଛର କାରଣ ବୋଲି ଚର୍ଚ୍ଚା ହେଉଥିବା ବେଳେ ତାକୁ ସ୍ପଷ୍ଟ କରିଛନ୍ତି କୋଚ୍ ଷ୍ଟିଫେନ୍ ଫ୍ଲେମିଙ୍ଗ୍ । ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ପୂର୍ବତନ କ୍ରିକେଟର୍ ।
ଧୋନୀଙ୍କ ଅବସରକୁ ନେଇ ପ୍ରତି ସିଜିନ୍ରେ ଚର୍ଚ୍ଚା ହେଉଥିବା ବେଳେ ଖୋଦ୍ ଧୋନୀ ଏଥିରେ ବିରାମ ଲଗାଉଛନ୍ତି । ବାସ୍ତବରେ ଧୋନୀ ଅବସର ନେଇଯାଆନ୍ତୁ ବୋଲି ମଧ୍ୟ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାରେ ଲାଗିଛି । ଧୋନୀଙ୍କ ବ୍ୟାଟିଂ ଦେଖିବା ପାଇଁ ଫ୍ୟାନ୍ସ ଅନାଇ ରହିଥିବା ବେଳେ ଶେଷ ୨ ଓଭର୍ ପାଇଁ ବ୍ୟାଟିଂ କରିବାକୁ ଆସୁଛନ୍ତି । ତେବେ ସିଏସ୍କେ ଚଳିତ ସିଜିନର ୩ଟି ମ୍ୟାଚ୍ରୁ ୨ଟିରେ ପରାଜୟ ହାସଲ କରିଛି । ଆଗାମୀ ମ୍ୟାଚ୍ ଗୁଡ଼ିକରେ ଧୋନୀଙ୍କ ଭୂମିକା କଣ ରହିବ, ତାହା ଉପରେ ନଜର ରହିଛି ।