କନକ ବ୍ୟୁରୋ: ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପରକିଙ୍ଗ୍ସର କ୍ୟାପ୍ଟେନ୍ ପଦକୁ ଫେରିଲେ ଆଉ ଫ୍ଲପ୍ ହୋଇଗଲେ । ଏପରିକି ଧୋନୀଙ୍କ କ୍ୟାପ୍ଟେନ୍ସିରେ ବି ଜିତିପାରୁନି ଚେନ୍ନାଇ । ଆଉ ଶୁକ୍ରବାର କେକେଆରଠୁ ଶୋଚନୀୟ ଭାବେ ପରାଜିତ ହୋଇ ଚେନ୍ନାଇ ନିଜ ନାଁରେ ଏକ ଲଜ୍ଜାଜନକ ରେକର୍ଡ କରିନେଇଛି । ଯାହାକି ଧୋନୀଙ୍କ ଆଇପିଏଲ କ୍ୟାରିୟରରେ ପ୍ରଥମଥର ପାଇଁ ଘଟିଛି ।
ନିଜ ହୋମଗ୍ରାଉଣ୍ଡ ଚେପକରେ ଚେନ୍ନାଇ ଟିମ୍ କୋଲକାତା ନାଇଟ୍ ରାଇଡର୍ସଠୁ ଦୟନୀୟ ଭାବେ ପରାଜିତ ହୋଇ ଆଇପିଏଲ ଇତିହାସରେ ସବୁଠାରୁ ଲଜ୍ଜାଜନକ ରେକର୍ଡ କରିଛି । ଯାହାକୁ ନେଇ ଚେନ୍ନାଇ ଫ୍ୟାନ୍ସଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି । ୨୦୧୯ରେ ଚେନ୍ନାଇ ଶେଷଥର ପାଇଁ ଚେପକ୍ ଗ୍ରାଉଣ୍ଡରେ ମୁମ୍ବାଇ ବିପକ୍ଷରେ ୧୦୯ ରନ୍ କରି ଅଲଆଉଟ୍ ହୋଇଯାଇଥିଲା । ଯାହାକି ହୋମଗ୍ରାଉଣ୍ଡରେ ସିଏସକେର ସବୁଠାରୁ ସର୍ବନିମ୍ନ ସ୍କୋର ରହିଥିଲା । ହେଲେ ଏବେ ନିଜର ଏ ରେକର୍ଡ ଭାଙ୍ଗିଦେଇଛି ନିଜେ ଚେନ୍ନାଇ ଦଳ ତା’ପୁଣି ଧୋନୀଙ୍କ ଅଧିନାୟକତ୍ୱରେ । ଶୁକ୍ରବାର କେକେଆର ବିପକ୍ଷରେ ଚେନ୍ନାଇ ଦଳ ମାତ୍ର ୧୦୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଯାହା ଏବେ ଚେପକରେ ଚେନ୍ନାଇର ସବୁଠାରୁ ଲୋ-ସ୍କୋର ଭାବେ ରେକର୍ଡ ହୋଇଯାଇଛି ।
ଖାଲି ଏତିକି ନୁହେଁ ଚଳିତ ଆଇପିଏଲରେ ଚେନ୍ନାଇ ନିଜ ହୋମ୍ ଗ୍ରାଉଣ୍ଡରେ ଲଗାତାର ୩ଟି ମ୍ୟାଚ୍ ହାରିଲାଣି । ଋତୁରାଜ ଗାୟକ୍ୱାଡଙ୍କ ସ୍ଥାନରେ ଚେନ୍ନାଇ ରାହୁଲ ତ୍ରିପାଠୀଙ୍କୁ ସାମିଲ କରିଥିଲେ ସେ ମଧ୍ୟ ଫ୍ଲପ୍ ହୋଇଗଲେ । କେକେଆର ଟିମର ବୋଲରଙ୍କୁ ଚେପକ୍ ଗ୍ରାଉଣ୍ଡ ଅଧିକ ସୁହାଇଥିଲା । ଯାହାଫଳରେ ବରୁଣ ଚକ୍ରବର୍ତ୍ତୀ, ମୋଇନ୍ ଅଲ୍ଲୀ ଏବଂ ସୁନୀଲ ନାରିନ୍ ଭଳି ସ୍ପିନର ଚେନ୍ନାଇର ୬ ଜଣ ଖେଳାଳିଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ ।
https://www.facebook.com/share/v/18LEJN92Hx/
ପୂର୍ବ ୫ଟି ମ୍ୟାଚରେ ଋତୁରାଜ ଗାୟକ୍ୱାଡ୍ କ୍ୟାପ୍ଟେନ୍ସି କରୁଥିଲେ ବି ଚେନ୍ନାଇକୁ ମାତ୍ର ଗୋଟିଏ ବିଜୟ ଆଣିଦେଇଥିଲେ ଯେଉଁଥିରେ ସିଏସଏକେ ଫ୍ୟାନ୍ସ ଥାଲାଙ୍କ କିପିଂ ଥାଲାଙ୍କ ଫିଟନେସ୍ ନେଇ ବାଃ ବାଃ କରୁଥିଲେ । ପରେ ପରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ହାରିଯିବାରୁ ଚେନ୍ନାଇ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଏହାରି ଭିତରେ ସିଏସକେର ମ୍ୟାନେଜମେଣ୍ଟ ଧୋନୀଙ୍କ କାନ୍ଧରେ ଚେନ୍ନାଇ ଭାର ପୁଣି ଦେଇଛି କିନ୍ତୁ ଧୋନୀଙ୍କ କ୍ୟାପ୍ଟେନ୍ସିରେ ସବୁଠାରୁ ଶୋଚନୀୟ ପରାଜୟର ସ୍ୱାଦ ଚାଖିଛି । ଏବେ ଆଇପିଏଲ ପଏଣ୍ଟ ଟେବୁଲର ଗଣିତ ବୁଝିବାକୁ ଗଲେ ଚେନ୍ନାଇ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ହାସଲ କରିବା ବି ଜଟିଳ ହୋଇପାରେ ।