କନକ ବ୍ୟୁରୋ : ଇତିହାସ ରଚିଲେ ସ୍ମୃତି ମନ୍ଦାନା । ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପାଇଁ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଦାନାଙ୍କୁ ବିଜୟୀ ବୋଲି ଘୋଷଣା କରାଯାଇଛି । ମନ୍ଦାନା ନିଜର କ୍ୟାରିୟରରେ ଦ୍ୱିତୀୟ ଥର ପାଇଁ ଏହି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ବିଶ୍ୱର ଦ୍ୱିତୀୟ ଏବଂ ଭାରତର ପ୍ରଥମ ମହିଳା କ୍ରିକେଟର ଭାବେ ଏହି ସଫଳତା ହାସଲ କରିଛନ୍ତି । ପୂର୍ବରୁ ୨୦୧୮ରେ ସେ ଏହି ପୁରସ୍ଖାରରେ ସମ୍ମାନିତ ହୋଇଥିଲେ ।
ମନ୍ଦାନାଙ୍କ ପୂର୍ବରୁ କେବଳ ନ୍ୟୁଜିଲାଣ୍ତର ସୁଜି ବେଟସ୍ ଏହି ସଫଳତା ହାସଲ କରିଛନ୍ତି । ସୁଜି ବେଟସ୍ ୨୦୧୩ ଏବଂ ୨୦୧୬ରେ ଆଇସିସି ଦିନିକିଆ କ୍ରିକେଟର ଅଫ୍ ଦି ଇଯର ପୁରସ୍କାର ପାଇଥିଲେ । ମନ୍ଦାନାଙ୍କ ପାଇଁ ବର୍ଷ ୨୦୨୪ ବହୁତ ଭଲ ରହିଥିଲା । ୨୦୨୪ରେ ସେ ମୋଟ ୧୩ଟି ଦିନିକିଆରେ ୭୪୭ ରନ୍ ହାସଲ କରିଛନ୍ତି । ଯେଉଁଠି ପାଇଁ ଦିନିକିଆ କ୍ୟାଲେଣ୍ତରରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଛି । ସ୍ମୃତି ମନ୍ଦାନା ଶ୍ରୀଲଙ୍କାର ଚମାରୀ ଅଟାପଟ୍ଟୁ, ଅଷ୍ଟ୍ରେଲିଆର ଲୌରା ବୋଲବାର୍ଡ ଏବଂ ଏନାବେଲ୍ ସଦରଲେଣ୍ତକୁ ପଛରେ ପକାଇ ଏହି ପୁରସ୍କାର ଜିତିଛନ୍ତି ।
ମନ୍ଦାନା ଜିତିଥିବା ଅନ୍ୟ ପୁରସ୍କାର
୨୦୨୧- ଆଇସିସି କ୍ରିକେଟର
୨୦୧୮- ଆଇସିସି ଦିନିକିଆ କ୍ରିକେଟର
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/01/27/hzEihiIv73Alpfb8f9sh.jpg)