କନକ ବ୍ୟୁରୋ : ଭାରତ ଲଗାତର ଟି-ଚ୍ୱେଣ୍ଟି ବିଶ୍ୱକପ ଜିତିଲା । ଏହି ବିଜୟରେ ଅନେକ ନାଁକୁ ନେଇ ଚର୍ଚ୍ଚା ହେଲା । ଯେଉଁମାନଙ୍କ ନାଁକୁ ନେଇ ଚର୍ଚ୍ଚା ଆଲୋଚନା ବି ହେବା ଦରକାର ଥିଲା । ସଂଜୁ ହୁଅନ୍ତୁ କି ବୁମରା କି ଇଶାନ । ହେଲେ ଯାହାଙ୍କ ନାଁକୁ ନେଇ ଚର୍ଚ୍ଚା ହେବାର ଆବଶ୍ୟକତା ଥିଲା ସେ ହେଉଛନ୍ତି ଶିବମ ଦୁବେ । ଦଳ ତାଙ୍କଠାରୁ ଯେତେବେଳେ ଭଲ ଇନିଂସର ଆଶା କରିଛି ଶିବମ ତାଠାରୁ ଢେର ଅଧିକ ଦେଇଛନ୍ତି । ଭାରତୀୟ ଟିମର ସେ ବର୍ତ୍ତମାନ ସେ ବିଶ୍ୱାସ, ଆସ୍ଥା ଓ ଭରସାର ଅନ୍ୟ ନାଁ ପାଲଟିଛନ୍ତି ।
ନା ଏ ଖେଳାଳିଙ୍କୁ ନେଇ ବହୁତ ବଡ଼ କିଛି ଚର୍ଚ୍ଚା ହୁଏ ନା ଆଲୋଚନା । ଏ ଖେଳାଳିକୁ ଭାରତୀୟ ଟିମର ସବୁଠାରୁ ଅଣ୍ଡର ରେଟେଡ ଖେଳାଳି ବୋଲି ଧରାଯାଏ । କିନ୍ତୁ ଏହି ଖେଳାଳି ନଥିଲେ ଭାରତୀୟ ଟିମ ବିଶ୍ୱ ବିଜେତା ହେବା ବି ଏତେ ସହଜ ହୋଇ ନଥାନ୍ତା । ସେ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ ହେଉ ବା ଚଳିତ ବିଶ୍ୱକପ । ପରିସ୍ଥିତି ଯାହା ବି ହେଉ, ଦଳ ଯେତେ ସଂକଟରେ ଥାଉ, ଯେତେବେଳେ ତାଙ୍କୁ ଟିମ ମ୍ୟାନଜେମେଣ୍ଟ ଭରସା କରିଛି ସେତେବେଳେ ସେ ପ୍ରଦର୍ଶନ କରିଛନ୍ତି । ତେଣୁ ତ ସେ ଦଳର ଭରସା ଜିତିଛନ୍ତି, ଅଧିନାୟକଙ୍କର ବିଶ୍ୱାସ ପାଲଟିଛନ୍ତି ।
ଅଧିକ ପଢ଼ନ୍ତୁ : ବିଶ୍ୱବିଜୟର ୬ ପାହାଚ: ସଂଜୁ ସାମସନ୍ଙ୍କ ଚମତ୍କାର, ଈଶାନଙ୍କ ବିସ୍ଫୋରକ ବ୍ୟାଟିଂ
ମିଡିଲ ଅର୍ଡରରେ ଭାରତୀୟ ଟିମର ଭରସା, ବିଶ୍ୱାସ, ଆସ୍ଥାର ଅନ୍ୟ ନାଁ । ବଡ଼ ମ୍ୟାଚର ବଡ ପ୍ଲେୟାର ଶିବମ ଦୁବେ । ଭାରତୀୟ କ୍ରିକେଟ ପ୍ରଶଂସକ ଆଜି ତାଙ୍କ ପ୍ରଶଂସାରେ ଶତମୁଖ । ଅବଶ୍ୟ ସମସ୍ତଙ୍କ ମୁହଁରେ ସଞ୍ଜୁ ସାମସନ, ବୁମରା, ଇଶାନ କିଷାନଙ୍କ ଚର୍ଚ୍ଚା । ହେଲେ ପ୍ରତିଟି ମ୍ୟାଚରେ ଯେତେବେଳେ ବି ଦରକାର ପଡିଛି, ସେତେବେଳେ ଏହି ଖେଳାଳି ଆସିଛନ୍ତି ଆଉ ବଡ ସ୍କୋର କରିଛନ୍ତି । ନାମିବିୟା ବିପକ୍ଷରେ ୧୬ ବଲରୁ ୨୩ ରନ, ପାକିସ୍ତାନ ବିପକ୍ଷରେ ୧୭ ବଲରେ ୨୭ ରନ, ନେଦରଲାଣ୍ଡ ବିପକ୍ଷରେ ୬୬ ରନ, ସାଉଥ ଆଫ୍ରିକା ବିପକ୍ଷରେ ୪୨ ରନ, ସେମିଫାଇନାଲରେ ବଡ ଇନିଂସ ୨୫ ବଲରେ ୪୩ ରନର, ୮ ବଲରେ ୨୬ ରନ ଫାଇନାଲରେ ୨୫୦ ରନରୁ ଅଧିକ କରିଦେଲା ।
ସେ ଟିମଇଣ୍ଡିଆର କ୍ରାଇସିସ ମ୍ୟାନେଜର । ୨୦୨୪ ବିଶ୍ୱକପରେ ୧୬ ବଲରେ ୨୭ ରନ, ଏସିଆ କପରେ ୨୨ ବଲରେ ୩୦ ରନ କରିଥିଲେ । ପ୍ରେସର ମ୍ୟାଟ୍, ବଡ଼ ମ୍ୟାଚରେ ବଡ଼ ଖେଳାଳି ହେଉଛନ୍ତି ଶିବମ । ଆପିଏଲ ୨୦୨୩ରେ ମଧ୍ୟ ତାଙ୍କର ପ୍ରଦର୍ଶନକୁ ନେଇ ଖୁବ ପ୍ରଂଶସା ପାଇଥିଲେ ସେ । ହଁ ଏହି ବିଶ୍ୱକପରେ ବୋଲିଂରେ ତାଙ୍କ ପ୍ରଦର୍ଶନ ଖୁବ ସନ୍ତୋଷଜନକ ନ ଥାଇପାରେ । କିନ୍ତୁ ସମୟ ସମୟରେ ସେ ଭଲ ବୋଲିଂ ବି କରିଛନ୍ତି । ଆଉ ପ୍ରମାଣିତ କରିଛନ୍ତି ଯେ ଆପଣ ତାଙ୍କୁ ବିଲକୁଲ ନଜର ଅନ୍ଦାଜ କରିପାରିବେନି । ବହୁତ ଭଲ ଫୁଟବର୍କ ନ ଥାଇପାରେ କିନ୍ତୁ ଟାଇମିଂ ଏକଦମ ସୁପର। ଭାରତୀୟ ଟିମର ଏବେ ସେ ସୁପର ହିରୋ । ସ୍ପିନର ହୁଅନ୍ତୁ ପେସ ବୋଲର ଶିବମ ଅଛନ୍ତି ତ ପ୍ରତିପକ୍ଷ କ୍ୟାମ୍ପରେ କୋକୁଆ ଭୟ ଖେଳିଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/09/shivam-dube-2026-03-09-22-52-30.jpg)