କନକ ବ୍ୟୁରୋ : ଉଭୟ ଟେଷ୍ଟ ଓ ଟି-ଟ୍ୱେଣ୍ଟି କ୍ରିକେଟରୁ ସନ୍ନ୍ୟାସ ଘୋଷଣା କଲେ ବାଂଲାଦେଶର ଷ୍ଟାର ଅଲରାଉଣ୍ତର ସାକିବ ଅଲ୍ ହାସନ । ଟେଷ୍ଟ କ୍ରିକେଟକୁ ବାଏ ବାଏ କରିଛନ୍ତି ସାକିବ୍ । ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟେଷ୍ଟର ଶେଷ ମ୍ୟାଚରେ ସେ ଅବସର ନେବେ ବୋଲି ଘୋଷଣା କରିଛନ୍ତି । ୩୭ ବର୍ଷୀୟ ସାକିବ ଅଲ୍ ହାସନ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ହିଁ ନିଜ ଅବସର ନେଇ ଘୋଷଣା କରିଛନ୍ତି ।

Advertisment

ସାକିବ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ ମଧ୍ୟ ଆଉ ଖେଳିବେ ନାହିଁ ବୋଲି ଆଜି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଏବେ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ପଡ଼ିବ । ଦକ୍ଷିଣ ଆଫ୍ରିକା ବିପକ୍ଷ ମୀରପୁର ମ୍ୟାଚ୍‌ ପରେ ମୁଁ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛି । କିନ୍ତୁ ଯଦି ଉକ୍ତ ମ୍ୟାଚ୍‌ ସମ୍ଭବ ପର ହେବ ନାହିଁ, ତା’ହେଲେ ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ତାଙ୍କ ନାଲି ବଲ କ୍ୟାରିୟରର ଶେଷ ମ୍ୟାଚ୍‌ ହେବ । ସେ ନିଜ ଟି-୨୦ କ୍ୟାରିୟରର ଶେଷ ମ୍ୟାଚ୍‌ ପୂର୍ବରୁ ଖେଳି ସାରିଛନ୍ତି ବୋଲି ସାକିବ କହିଛନ୍ତି । ଅବସର ନେଇ ସେ ଟିମର ମୁଖ୍ୟ ଚୟନକର୍ତ୍ତା ଓ ବାଂଲାଦେଶ କ୍ରିକେଟ ବୋର୍ଡକୁ ଜଣାଇଛନ୍ତି ।

ସାକିବ ଏପର୍ଯ୍ୟନ୍ତ ୭୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୮.୩୩ ହାରରେ ୪୬୦୦ ରନ କରିଛନ୍ତି । ସେଥିରେ ୫ଟି ଶତକ ଓ ୩୧ଟି ୫୦ ରହିଛି । ବ୍ୟାଟିଂ ବ୍ୟତିତ ସେ ବୋଲିଂରେ ମଧ୍ୟ କମାଲ କରିଛନ୍ତି । ସେ ଟେଷ୍ଟ କ୍ରିକେଟରେ ୨୪୨ଟି ୱିକେଟ ନେଇଛନ୍ତି । ସେ ୨ ଥର ୧୦ଟି ୱିକେଟ ନେବାର ରେକର୍ଡ ମଧ୍ୟ କରିଛନ୍ତି।

ଜଣେ ଭଲ ଅଲରାଉଣ୍ଡରର ମାନ୍ୟତା ପାଇ ଥିବା ସାକିବ ୨୦୦୭ରେ ଭାରତ ବିପକ୍ଷ ଚିତ୍ତୋଗ୍ରାମ ଟେଷ୍ଟରେ ଡେବ୍ୟୁ କରିଥିଲେ । ଆଜି ୩୭ ବର୍ଷ ବୟସରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ସାକିବ ।