କନକ ବ୍ୟୁରୋ : ସୁରକ୍ଷା କାରଣ ଦର୍ଶାଇ ଭାରତ ନ ଆସିବାକୁ ବାଂଲାଦେଶ ନିଷ୍ପତ୍ତି ନେବା ପରେ ଆଇସିସି ଆଗାମୀ ଟ୍ୱେଣ୍ଟି-୨୦ ବିଶ୍ୱକପ୍ରୁ ଏହି ଦଳକୁ ବାଦ୍ ଦେଇ ତା’ ସ୍ଥାନରେ ସ୍କଟ୍ଲାଣ୍ଡ ସ୍ଥାନ ଦେଇଛି । ଏଥିଲାଗିି କ୍ରିକେଟ୍ ସ୍କଟ୍ଲାଣ୍ଡ୍ ଆଇସିସିକୁ କୃତଜ୍ଞତା ଜଣାଇବା ସହ ଭାରତ ପହଞ୍ଚିବାକୁ ଦଳ ପ୍ରସ୍ତୁତ ଅଛି ବୋଲି ସମ୍ମତି ଦେଇଛି ।
ଟ୍ୱେଣ୍ଟି-୨୦ ବିଶ୍ୱକପ୍ରେ ଖେଳିବା ନେଇ ଶନିବାର ଆମକୁ ଆଇସିସି ସୂଚନା ଦେଇଥିଲା । ଏହାକୁ ଆମେ ଗ୍ରହଣ କରିବା ସହ ଖେଲିବା ଲାଗି ପ୍ରସ୍ତୁତ ଅଛୁ ବୋଲି ଜଣାଇଛୁ । ଲକ୍ଷ ଲକ୍ଷ ସମର୍ଥକଙ୍କ ସମ୍ମୁଖରେ ବିଶ୍ୱସ୍ତରର ପ୍ରତିଯୋଗିତାରେ ଖେଳିବାର ସୁଯୋଗ ନିଶ୍ଚିତ ସ୍କଟ୍ଲାଣ୍ଡ ଖେଳାଳିଙ୍କ ପାଇଁ ଖୁସିର ଖବର । ଶ୍ରେଷ୍ଠ ଦଳ ସହ ଖେଳିବା ନିଶ୍ଚିତ ଆମ ପାଇଁ ବଡ଼ କଥା ହେବ । ଆମେ ଆଇସିସିର ଆମନ୍ତ୍ରଣକୁ ସ୍ୱୀକାର କରୁଛୁ ଏବଂ ଦଳ ଖୁବ୍ଶୀଘ୍ର ଘୋଷଣା କରିବୁ । ଏଥିଲାଗି ମୁଁ ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କୁ ଫୋନ୍ କରି ଧନ୍ୟବାଦ ଜଣାଇଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଟ୍ରୁଡି ଲିଣ୍ଡବ୍ଲେଡ୍ କହିଛନ୍ତି ।
ଅଧିକ ପଢ଼ନ୍ତୁ : ବାଂଲାଦେଶ ବଦଳରେ ସ୍କଟଲାଣ୍ଡ୍ ଖେଳିବ ଟ୍ୱେଣ୍ଟି-୨୦ ବିଶ୍ୱକପ୍
ଏହି ବିଶ୍ବକପ୍ ଭାରତ ଓ ଶ୍ରୀଲଙ୍କାରେ ଫେବ୍ରୁଆରି ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ । ଏହି ୧୬ ଦଳୀୟ ପ୍ରତିଯୋଗିତାରେ ସ୍କଟ୍ଲାଣ୍ଡ ଗ୍ରୁପ୍-ସି’ରେ ଇଂଲଣ୍ଡ, ୱେଷ୍ଟ୍ଇଣ୍ଡିଜ୍, ନେପାଳ ଓ ଇଟାଲି ସହ ରହିଛି । ଫେବ୍ରୁଆରି ୭ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳି ଅଭିଯାନ ଆରମ୍ଭ କରିବା ପରେ ୯ରେ ଇଟାଲି, ୧୪ରେ ଇଂଲଣ୍ଡ ଓ ୧୭ରେ ନେପାଳ ବିପକ୍ଷରେ ଖେଳି ଗ୍ରୁପ୍ ଅଭିଯାନ ଶେଷ କରିବ । ପୂର୍ବରୁ ସ୍କଟ୍ଲାଣ୍ଡ ୫ ଥର ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଖେଳିବାର ଅଭିଜ୍ଞତା ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/01/25/scotland-2026-01-25-12-34-25.jpeg)