Sarfaraz Photograph: (Kanak News)
କନକ ବ୍ୟୁରୋ : ଭାରତୀୟ ଦିନିକିଆ କ୍ରିକେଟ୍ ଦଳର ଅଧିନାୟକ ଶୁବମନ୍ ଗିଲ୍ ଅନ୍ତର୍ଜାତୀୟ କ୍ରିକେଟର୍ ସର୍ଫରାଜ ଖାନ୍ଙ୍କୁ ଏକ କ୍ୟାସିଓ ଜି-ସକ୍ ହାତଘଣ୍ଟା ଉପହାର ଦେଇଛନ୍ତି । ମୁମ୍ବାଇ ବ୍ୟାଟର୍ ସର୍ଫରାଜ ଏହାକୁ ଗୌରବର ସହ ସମସ୍ତଙ୍କୁ ଦେଖାଇଛନ୍ତି । ଏହି ନିଆରା ଉପହାର ଲାଗି ଗିଲ୍ଙ୍କୁ ନିଜ ଇନ୍ଷ୍ଟାଗ୍ରାମ୍ ପୃଷ୍ଠାରେ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଅଧିକ ପଢ଼ନ୍ତୁ : କାଲି ଭାରତ-ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ଦିନିିକିଆ, ରାଜକୋଟରେ କିଏ କରିବ ରାଜ?
ସେହିଭଳି ଘଣ୍ଟାଟିକୁ ପିନ୍ଧିଥିବାର ଫଟୋ ଛାଡ଼ିଛନ୍ତି । ଯାହା ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି । ସର୍ଫରାଜ ସଂପ୍ରତି ଚମତ୍କାର ଫର୍ମରେ ଥିଲା ବେଳେ ବିଜୟ ହଜରେ ଟ୍ରଫି ଘରୋଇ ସୀମିତ ଓଭର କ୍ରିକେଟ୍ ପ୍ରତିଯୋଗିତର ପାଞ୍ଚଟି ମ୍ୟାଚ୍ରୁ ୧୯୦.୫୬ର ଷ୍ଟ୍ରାଇକ୍ ରେଟ୍ ସହ ୩୦୩ ରନ୍ କରିଛନ୍ତି । ସେଥିମଧ୍ୟରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ରହିଛି । ଉଭୟ ଗିଲ୍ ଓ ସର୍ଫରାଜ ହେଉଛନ୍ତି ପରସ୍ପରର ଭଲ ବନ୍ଧୁ । ଗିଲ୍ ସଂପ୍ରତି ଭାରତୀୟ ଦିନିକିଆ ଓ ଟେଷ୍ଟ୍ ଦଳର ନେତୃତ୍ବ ନେଉଛନ୍ତି । ସର୍ଫରାଜ କିଛି ଟେଷ୍ଟ୍ ମ୍ୟାଚ୍ ଖେଳିବା ପରେ ଚୟନକର୍ତ୍ତା ଆଉ ତାଙ୍କୁ ଭାରତୀୟ ଦଳ ଲାଗି ବିଚାରକୁ ନେଉ ନାହାନ୍ତି । ହେଲେ ଘରୋଇ କ୍ରିକେଟ୍ରେ ଜବରଦସ୍ତ ପ୍ରଦର୍ଶନ କରି ପୁଣି ଥରେ ଭାରତୀୟ ଦଳକୁ ଫେରିବା ଲାଗି ସେ ନିଜ ଦାବିଦାରି ଉପସ୍ଥାପନା କରିଛନ୍ତି ।
Follow Us