Santosh Trophy Photograph: (Kanak News)
କନକ ବ୍ୟୁରୋ : ୭୯ତମ ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତା ସନ୍ତୋଷ ଟ୍ରଫିର ଫାଇନାଲ୍ ରାଉଣ୍ଡ୍ରେ ନିଜର ଦ୍ୱିତୀୟ ମ୍ୟାଚ୍ରେ ଓଡ଼ିଶା ୧ ପଏଣ୍ଟ୍ କରାୟତ୍ତ କରିବାକୁ ସକ୍ଷମ ହୋଇଛି । ପ୍ରଥମ ମ୍ୟାଚ୍ରେ ମେଘାଳୟଠୁ ୦-୧ରେ ହାରିଥିବା ଓଡ଼ିଶା ଦ୍ୱିତୀୟ ମ୍ୟାଚ୍ରେ ସର୍ଭିସେସ୍ ସହ ଗୋଲ୍ଶୂନ୍ୟ ଅମୀମାଂସିତ ରଖିଛି । ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଛନ୍ତି । ଏହି ପଏଣ୍ଟ୍ ସହ ଓଡ଼ିଶା ୬ ଦଳୀୟ ଗ୍ରୁପ୍-ବି’ରେ ପଞ୍ଚମ ସ୍ଥାନରେ ରହିଛି ।
ଅଧିକ ପଢ଼ନ୍ତୁ : ରଣଜୀ ଟ୍ରଫି: ଚଣ୍ଡିଗଡ଼ ବିପକ୍ଷରେ କେରଳର ଇନିଂସ ପରାଜୟ
କେରଳ ଓ ମେଘାଳୟ ସମାନ ୪ ପଏଣ୍ଟ୍ ଲେଖାଏଁ ପାଇ ଯଥାକ୍ରମେ ୧-୨ ସ୍ଥାନରେ ଅଛନ୍ତି । ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍ ସୋମବାର କେରଳ ବିପକ୍ଷରେ ଖେଳିବ । କେରଳ ପ୍ରଥମ ମ୍ୟାଚ୍ ଜିତିଥିଲା ବେଳେ ଦ୍ୱିତୀୟ ମ୍ୟାଚ୍ରେ ରେଳବାଇ ସହ ୧-୧ ଗୋଲ୍ରେ ଅମୀମାଂସିତ ରଖିଥିଲା ।
Follow Us