ଇଂଲଣ୍ଡର ଲିଡ୍ସରେ ତେନ୍ଦୁଲକର-ଆଣ୍ଡରସନ୍ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଭାରତୀୟ ବ୍ୟାଟରମାନେ ଖୁବ୍ ସୁନ୍ଦର ବ୍ୟାଟିଂର ନମୁନା ଦେଖାଇଛନ୍ତି । ଯୁବ ବ୍ୟାଟର ଜୟୱାଲ ଓ ଅଧିନାୟକ ଶୁବମନ ଗିଲ୍ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ।
ଭାରତୀୟ ବ୍ୟାଟର୍ଙ୍କ ଦମଦାର ପ୍ରଦର୍ଶନକୁ ନେଇ ବେଶ୍ ଖୁସି ଅଛନ୍ତି ‘କ୍ରିକେଟର ଭଗବାନ’ ସଚିନ ତେନ୍ଦୁଲକର । ଟ୍ୱିଟ୍ କରି ଜୟସ୍ୱାଲ ଓ ଗିଲ୍ଙ୍କ ପ୍ରଶଂସା କରିଛନ୍ତି । ସେ ଟ୍ୱିଟ୍ରେ ତାଙ୍କର ପୁରୁଣା ଦିନ କଥା ମନେ ପକାଇଛନ୍ତି । ୨୦୦୨ ର ଭାରତ-ଇଂଲଣ୍ତ ଟେଷ୍ଟ କଥା ମନେ ପକାଇଛନ୍ତି ସଚିନ୍ । କହିଛନ୍ତି, ୨୦୦୨ରେ ଏହି ଲିଡ୍ସ ଷ୍ଟାଡିୟମରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା । ଗାଙ୍ଗୁଲି, ରାହୁଲ ଓ ସେ ନିଜେ ଶତକୀୟ ଇନିଂସ ଖେଳିଥିଲେ । ବର୍ତ୍ତମାନ ମଧ୍ୟ ଭାରତର ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଗିଲ ଓ ଜୟସ୍ୱାଲ ଶତକ ହାସଲ କରିଛନ୍ତି । ତେବେ ତୃତୀୟ ବ୍ୟାଟ୍ସମ୍ୟାନ କିଏ ଯିଏକି ଶତକ ମାରିବେ ବୋଲି ପ୍ରଶ୍ନ କରିଛନ୍ତି ।
ସଚିନ୍ଙ୍କ କହିବାନୁଯାୟୀ ୨୦୦୨ ର ଟେଷ୍ଟ ମ୍ୟାଚ୍ର କୀର୍ତ୍ତିମାନ ପୁଣି ଥରେ ଟିମ୍ ଇଣ୍ତିଆ ଦୋହରାଇବାକୁ ଯାଉଛି । ତେବେ ସେ ତୃତୀୟ ବ୍ୟାଟ୍ସମ୍ୟାନ୍ କିଏ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି ।