କନକ ବ୍ୟୁରୋ : ଚର୍ଚ୍ଚାରେ ରୋହିତ ଶର୍ମାଙ୍କ ଲୁକ୍‌ । ୨୦ କେଜି କମିଲେ ପୂର୍ବ ଅଧିନାୟକ ରୋହିତ ଶର୍ମା । ସିଏଟ୍‌ କ୍ରିକେଟ ରେଟିଂ କାର୍ଯ୍ୟକ୍ରମରେ ନୂଆ ଲୁକ୍‌ରେ ରୋହିତ । ୩୮ ବର୍ଷୀୟ ରୋହିତ ଶର୍ମା ନିଜର ଶାରୀରିକ ଗଠଣରେ ଅଭୁତପୂର୍ବ ପରିବର୍ତ୍ତନ କରିଛନ୍ତି । ଓଜନ କମାଇବା ସହ ସେ ସ୍ଲିମ୍‌ ଓ ଫିଟ୍‌ ନଜର ଆସିଛନ୍ତି । ପୂର୍ବରୁ ନିଜର ମେଦ ବହୁଳତା ପାଇଁ ଅନେକ ସମୟରେ ଟ୍ରୋଲ ହୋଇଛନ୍ତି ରୋହିତ । ଆଇପିଏଲ୍‌ ସମୟରେ ତାଙ୍କର ବଢ଼ିଥିବା ମେଦ ପାଇଁ ଦର୍ଶକଙ୍କ ପାଖରେ ବେଶ୍‌ ଟ୍ରୋଲ ହୋଇଥିଲେ ହିଟ୍‌ମ୍ୟାନ । ବର୍ତ୍ତମାନ ତାଙ୍କର ଏହି ରାପିଡ୍‌ ଚେଞ୍ଜ ସମସ୍ତଙ୍କୁ ବେଶ୍ ଆଶ୍ଚର୍ଯ୍ୟ କରିଛି । ରୋହିତ, ଟି ଟ୍ବେଣ୍ଟି ଓ ଟେଷ୍ଟରୁ ଅବସର ନେଇସାରିଛନ୍ତି । ଆସନ୍ତା ଦିନିକିଆ ବିଶ୍ବକପ ପାଇଁ ମଧ୍ୟ ତାଙ୍କୁ ଅଧିନାୟକତ୍ବ ପଦରୁ ହଟାଇ ଦିଆଯାଇଛି । ତେବେ ତାଙ୍କର ଏହି ଫିଟ୍‌ନେସ୍‌ ସମାଲୋଚକଙ୍କ ମୁହଁ ଚୁପ କରାଇ ଦେଇଛି ।

Advertisment

ରୋହିତଙ୍କ ଫିଟନେସ୍ ମନ୍ତ୍ର
ଚର୍ଚ୍ଚାରେ ରୋହିତ ଶର୍ମାଙ୍କ ଲୁକ୍‌
ଫ୍ୟାଟ୍‌ରୁ ହେଲେ ଫିଟ୍‌
୨୦ କେଜି ଓଜନ କମାଇଲେ ହିଟ୍‌ମ୍ୟାନ୍‌
ସ୍ଲିମ୍‌ ଫିଟ୍‌ ସୁଟ୍‌ରେ ନଜର ଆସିଲେ ରୋହିତ୍‌