କନକ ବ୍ୟୁରୋ : ଭାରତର ବରିଷ୍ଠ ଟେନିସ ଖେଳାଳି ରୋହନ ବୋପାନ୍ନା ଟେନିସରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ନିଜ ୨୨ ବର୍ଷର ଲମ୍ବା କ୍ୟାରିୟରରେ ବିରାମ ଲଗାଇଛନ୍ତି ଏହି ତାରକା ଖେଳାଳି । ୪୫ ବର୍ଷୀୟ ରୋହନ ବୋପାନ୍ନାଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ପ୍ୟାରିସ ମାଷ୍ଟର୍ସ ୨୦୨୫ ଥିଲା । ଚଳିତବର୍ଷ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ଭାବେ ଗ୍ରାଣ୍ଡସ୍ଲାମ ଜିତି ନୂଆ କୀର୍ତ୍ତିମାନ ସ୍ଥାପନ କରିଥିଲେ । ଏହା ସହ ଡବଲ୍ସ ଟେନିସରେ ଏକ ନମ୍ବର ଖେଳାଳି ହେବାରେ ଦୁନିଆର ସବୁଠୁ ବୟସ୍କ ଖେଳାଳି ହୋଇଥିଲେ ।
ରୋହନ ବୋପନ୍ନାଙ୍କ ଅବସର ଘୋଷଣା
-ଭାରତର ସଫଳ ଟେନିସ ତାରକା ଭାବେ ବୋପାନ୍ନା ବେଶ୍ ପରିଚିତ
-ଡବଲ୍ସ ଓ ମିକ୍ସଡ ଡବଲ୍ସରେ ସେ ନିଜର ଛାପ ଛାଡ଼ିଛନ୍ତି
-୪୫ ବର୍ଷୀୟ ବୋପନ୍ନା ୨୦୧୭ରେ ଫ୍ରେଞ୍ଚ ଓପନର ମିକ୍ସଡ ଡବଲ୍ସ ଇଭେଣ୍ଟରେ ବିଜୟୀ
-ଭାରତ ପାଇଁ ସେ ଡାଭିସ୍ କପ୍ ଓ ଅଲିମ୍ପିକ୍ସ ଖେଳିଥିଲେ
-୨୦୨୪ରେ ବୋପନ୍ନା ପୂରା ବିଶ୍ୱ ପାଇଁ ପ୍ରେରଣାଦାୟୀ ଅଧ୍ୟାୟ ସୃଷ୍ଟି କରିଥିଲେ
-୪୩ ବର୍ଷ ବୟସରେ ସେ ଅଷ୍ଟ୍ରେଲିଆ ଓପନର ପୁରୁଷ ଡବଲ୍ସ ଜିତିଥିଲେ
-ବିଶ୍ୱର ୧ନମ୍ବର ଟେନିସ ଖେଳାଳି ହୋଇପାରିଥିଲେ
-୬ ଥର ଗ୍ରାଣ୍ଡସ୍ଲାମ୍ ଫାଇନାଲିଷ୍ଟ ହୋଇଥିଲେ
-୨୦୨୬ ଏସୀୟ କ୍ରୀଡ଼ାରେ ରୋହନ ବୋପନ୍ନାଙ୍କ ଅଂଶଗ୍ରହଣ କରିବାର ସମ୍ଭାବନା ଶେଷ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/01/rohan-bopanna-retires-2025-11-01-23-34-52.png)