କନକ ବ୍ୟୁରୋ : ଆଜିଠୁ ରଣ୍‌ଜୀ ଟ୍ରଫି ଅଭିଯାନ। ପ୍ରଥମ ଦିନରେ ବରୋଦା ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଓଡ଼ିଶା । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ବରେ ମଇଦାନକୁ ଓହ୍ଲାଇବ ଟିମ୍ ଓଡ଼ିଶା । ଅପେକ୍ଷାକୃତ କଷ୍ଟ ଗ୍ରୁପ୍‌ରେ ଥିଲେ ବି ଓଡ଼ିଶା ଏଥର ଭଲ ପ୍ରଦର୍ଶନ କରିବାର ଆଶା କରାଯାଉଛି । ପାଖାପାଖି ୨୪ବର୍ଷ ହୋଇଗଲାଣି ଓଡ଼ିଶା ରଣଜୀ ଟ୍ରଫିର ସେମି ଫାଇନାଲରେ ପ୍ରବେଶ କରିନି । ନକ୍‌ଆଉଟକୁ ଯିବାକୁ ହେଲେ ଏଥର ଦଳକୁ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ। 

Advertisment

ଗତ ଥର ବରୋଦା ଠାରୁ ପରାସ୍ତ ହୋଇଥିଲା ଓଡ଼ିଶା । ହେଲେ ଏଥର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି । ଓଡ଼ିଶା ସହ ଏଲିଟି ଗ୍ରୁପ୍‌ ଏ ରେ ବିଦର୍ଭ, ଝାଡ଼ଖଣ୍ଡ, ଆନ୍ଧ୍ର, ବରୋଦା, ଉତ୍ତର ପ୍ରଦେଶ, ତାମିଲନାଡୁ, ନାଗାଲାଣ୍ଡ ଭଳି ଟାଣୁଆ ଦଳ ଅଛନ୍ତି । ବଡ଼ କଥା ହେଉଛି ଗତ ଥର ରଣଜୀ ଟ୍ରଫି ଚମ୍ପିଆନ୍ ଏବଂ ଏଥର ଇରାନୀ କପ୍ ଜିତିଥିବା ବିଦର୍ଭ ସହ ଓଡ଼ିଶାର ମ୍ୟାଚ୍‌ ଅଛି । ତା ସହ ତାମିଲନାଡୁ ଓ ଝାଡ଼ଖଣ୍ଡ ବି ଓଡ଼ିଶାକୁ ଟକ୍କର ଦେବାକୁ ରହିଛନ୍ତି । ତେଣୁ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ଏବଂ କଡ଼ା ଟକ୍କର ଲକ୍ଷ୍ୟରେ ରହିଛି ଓଡ଼ିଶା ।