କନକ ବ୍ୟୁରୋ : ବିଶ୍ୱରେ ଫ୍ରାଞ୍ଚାଇଜ୍ ଭିତ୍ତିକ ଲିଗ୍ କ୍ରିକେଟ୍ର ଲୋକପ୍ରିୟତା ବଢିଚାଲିଥିବାବେଳେ ଏଥିରୁ ପାକିସ୍ତାନୀ ଖେଳାଳିମାନେ ବିଶେଷ ଉପକୃତ ହୋଇପାରୁନାହାନ୍ତି । ବଡ଼ ବଡ଼ ଲିଗ୍ ଗୁଡ଼ିକରେ ଖେଳୁଥିବା ଅଧିକାଂଶ ଫ୍ରାଞ୍ଚାଇଜ୍ ଭାରତୀୟ ନିବେଶକଙ୍କ ନିୟନ୍ତ୍ରଣରେ ଥିବାରୁ ପାକିସ୍ତାନୀ ଖେଳାଳିଙ୍କୁ ସାମିଲ କରିବାକୁ ଅଧିକାଂଶ ଦଳ ପଛଘୁଞ୍ଚା ଦେଉଛନ୍ତି ।
ଆସନ୍ତା ମାସରେ ଇଂଲଣ୍ଡର କ୍ରିକେଟ୍ ଲିଗ୍ ‘ଦି ହଣ୍ଡ୍ରେଡ୍’ ନିଲାମ ପାଇଁ ଆଇପିଏଲ୍ ଫାଞ୍ଚାଇଜ୍ମାନଙ୍କ ସହ ଜଡିତ ଦଳଗୁଡ଼ିକ ପାକିସ୍ତାନୀ କ୍ରିକେଟରଙ୍କୁ ସାମିଲ କରୁବାକୁ ବିଚାର କରୁନାହାଁନ୍ତି । ଦି ହଣ୍ଡ୍ରେଡ୍ର ଆଠଟି ଫ୍ରାଞ୍ଚାଇଜ୍ ମଧ୍ୟରୁ ଚାରୋଟି - ମାଞ୍ଚେଷ୍ଟର ସୁପର ଜାଏଣ୍ଟ୍ସ, ଏମଆଇ ଲଣ୍ଡନ, ସଦର୍ଣ୍ଣ ବ୍ରେଭ୍ସ ଏବଂ ସନରାଇଜର୍ସ ଲିଡ୍ସ ରେ ଆଇପିଏଲ ମାଲିକମାନଙ୍କ ନିବେଶ ରହିଛି । ଏଣୁ ଏସବୁ ଦଳରେ ପାକିସ୍ତାନୀ ଖେଳାଳି ସ୍ଥାନ ପାଇବାର ସମ୍ଭାବନା କ୍ଷୀଣ ହୋଇଯାଇଛି ।
‘ଦି ହଣ୍ଡ୍ରେଡ୍’ ନିଲାମ ପାଇଁ ୧୮ଟି ଦେଶର ପ୍ରାୟ ୧୦୦୦ କ୍ରିକେଟର ପଞ୍ଜୀକରଣ କରିଛନ୍ତି, ଯେଉଁଥିରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲାଣ୍ଡ୍, ପାକିସ୍ତାନ ଏବଂ ୱେଷ୍ଟଇଣ୍ଡିଜର ୫୦ରୁ ଅଧିକ ଖେଳାଳି ସାମିଲ ଅଛନ୍ତି । ଦୁଇ ପୂର୍ବତନ ପାକିସ୍ତାନୀ କ୍ରିକେଟର, ମହମ୍ମଦ ଆମିର ଏବଂ ଇମାଦ ୱାସିମ ଗତ ବର୍ଷ ଦି ହଣ୍ଡ୍ରେଡ୍ରେ ଅଂଶଗ୍ରହଣ କରିଥିଲେ । ତାପୂର୍ବ ଋତୁରେ ଶାହିନ ଆଫ୍ରିଦି, ଶାଦାବ ଖାଁ ଏବଂ ହାରିସ୍ ରୌଫଙ୍କ ସମେତ କିଛି ପାକିସ୍ତାନୀ ଖେଳାଳି ସାମିଲ ଥିଲେ । କିନ୍ତୁ ଏଥର ସେଠାକାର ଫ୍ରାଞ୍ଚାଇଜ୍ ଗୁଡ଼ିକରେ ଭାରତୀୟ ନିବେଶ ଆସିବା ପରେ ସ୍ଥିତି ବଦଳିଯାଇଛି ।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ୨୦୦୯ରୁ ପାକିସ୍ତାନୀ ଖେଳାଳିମାନଙ୍କୁ ଆଇପିଏଲ୍ରେ ସାମିଲ କରାଯାଉନାହିଁ । କିନ୍ତୁ ଏବେ ଏହି ଅଲିଖିତ ନିୟମ ଅନ୍ୟ ଲିଗ୍ ଦେଶରେ ଚାଲିଥିବା ଲିଗ୍ଗୁଡ଼ିକରେ ବି ଲାଗୁ ହୋଇଯାଇଛି । ୨୦୨୩ ମସିହାରେ ଆରମ୍ଭ ହୋଇଥିବା ଦକ୍ଷିଣ ଆଫ୍ରିକାର ଏସଏ୨୦ ଲିଗରେ ମଧ୍ୟ କୌଣସି ପାକିସ୍ତାନୀ ଖେଳାଳି ନାହାନ୍ତି । ଏହାର ସମସ୍ତ ଛଅଟି ଦଳ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଗୋଷ୍ଠୀଙ୍କ ମାଲିକାନାରେ ଅଛି । ସେହିପରି ୟୁଏଇର ଆଇଲ୍ଟି-୨୦ରେ ବି ସୀମିତ ସଂଖ୍ୟକ ପାକିସ୍ତାନୀ ଅଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/20/pakistan-stars-2026-02-20-16-27-02.jpg)