ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରି ଯାଇପାରେ ପାକିସ୍ତାନ

Advertisment

ବିସିବି ଯଦି ଦଳ ପଠାଇବାକୁ ମନା କରିଦିଏ, ତେବେ ଆଇସିସି ଅନ୍ୟ କୌଣସି ଦଳକୁ ନେଇ ବିଶ୍ବକପ୍‌ ଆୟୋଜନ କରିବା ନେଇ ନୀତିଗତ ନିଷ୍ପତ୍ତି ନେଇ ସାରିଛି ।

ବିସିବି ଯଦି ଦଳ ପଠାଇବାକୁ ମନା କରିଦିଏ, ତେବେ ଆଇସିସି ଅନ୍ୟ କୌଣସି ଦଳକୁ ନେଇ ବିଶ୍ବକପ୍‌ ଆୟୋଜନ କରିବା ନେଇ ନୀତିଗତ ନିଷ୍ପତ୍ତି ନେଇ ସାରିଛି ।

Asia_Cup_IND_vs_PAK_0130

pak Photograph: (google)

କନକ ବ୍ୟୁରୋ; ବିଶ୍ବ କ୍ରିକେଟ୍‌ର ସମୀକରଣ ଦିନକୁ ବଦଳିବାରେ ଲାଗିଛି । ଦିନେ ଯିଏ ପରସ୍ପରକୁ ଆଡ଼ ଆଖିରେ ଚାହୁ ନଥିଲେ ଏବେ ସେ ପରମ ବନ୍ଧୁ ପାଲଟି ଯାଇଛନ୍ତି । ଭାରତ ସମର୍ଥନ ଏବଂ ଭାରତର ପୃଷ୍ଠପୋଷକରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାର ସୌଭାଗ୍ୟ ଓ ସୁଯୋଗ ଲାଭ କରିଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି) ଏବେ ବିଶ୍ବାସଘାତକ ପାଲଟି ଯାଇଛି । ହଠାତ୍‌ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସହ ନିଜ ସଂପର୍କକୁ ନିବିଡ଼ କରିଚାଲିଛି । ଏପରିକି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୂଚୀ ବଦଳାଇବାକୁ ଆଇସିସି ଉପ‌ରେ ଚାପ ସୃଷ୍ଟି କରିବା ଲାଗି ବିସିବି କ୍ରିକେଟ୍‌ ସହ କୁଟନୈତିକ ସ୍ତରରେ ମଧ୍ୟ ପାକିସ୍ତାନର ସହଯୋଗ ଲୋଡ଼ିଥିବା ଜଣାପଡ଼ିଛି । 

ବିସିବିକୁ ନୈତିକ ସମର୍ଥନ ଦେବା ଏବଂ ଭାରତକୁ ଏକଘରିଆ କରିବାର ଷଡ଼ଯନ୍ତ୍ର ବି ପିସିବି ଆରମ୍ଭ କରି ଦେଇଛି। ତଦନୁଯାୟୀ ଅନଔପଚାରିକ ଭାବେ ଆଗାମୀ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରୁ ଓହରିଯିବା କଥା ଚିନ୍ତା କରୁଥିବା ଜଣାପଡ଼ିଛି । ଯାହା ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ବିସିବି ଓ ଆଇସିସି ମଧ୍ୟରେ ଲାଗିଥିବା ଟଣାଓଟରା ମାମଲା ହଠାତ୍‌ ନୁଆ ମୋଡ଼ ନେଇଛି । ଏହି ମାମଲାକୁ ନେଇ ପାକିସ୍ତାନ ସରକାର ମଧ୍ୟ ବାଂଲାଦେଶର କାମଚଳା ମହମ୍ମଦ ୟୁନୁସ ସରକାର ସହ ଯୋଗାଯୋଗ କରି ବିସିସିଆଇକୁ ହଇରାଣରେ ପକାଇବାକୁ ଚକ୍ରାନ୍ତ  କରିଥିବାର ରିପୋର୍ଟ ପ୍ରକାଶ ପାଇଛି ।

ୟୁନୁସ ସରକାର ପାକିସ୍ତାନ ସରକାରର ଏଭଳି ପଦକ୍ଷେପ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଇଥିବାର ସୂଚନା ମିଳିଛି। ଏଥିନେଇ ବିସିବିର ଜଣେ ଅଧିକାରୀ କହିଛନ୍ତି ଯେ ଆମ କଥା ଯଦି ଆଇସିସି ନଶୁଣେ, ତାହେଲେ ପାକିସ୍ତାନ ମଧ୍ୟ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବା କଥାର ପୁନର୍ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛି । ଏସବୁ କଥାକୁ ଖାତିର ନକରି ଚଳିତ ମାସ ୨୧ ତାରିଖ ସୁଦ୍ଧା ଭାରତ ଗସ୍ତ କରିବ ନା ନାହିଁ ସେକଥା ସ୍ପଷ୍ଟ କରିବାକୁ ବିସିବିକୁ ଆଇସିସିି ଚରମବାଣୀ ଶୁଣାଇ ଦେଇଛି  ବିସିବି ଯଦି ଦଳ ପଠାଇବାକୁ ମନା କରିଦିଏ, ତେବେ ଆଇସିସି ଅନ୍ୟ କୌଣସି ଦଳକୁ ନେଇ ବିଶ୍ବକପ୍‌ ଆୟୋଜନ କରିବା ନେଇ ନୀତିଗତ ନିଷ୍ପତ୍ତି ନେଇ ସାରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe