ଏସିଆ କପ୍: ଭାରତ ଆଗରେ ୧୨୮ ରନର ଟାର୍ଗେଟ୍ ଦେଲା ପାକିସ୍ତାନ

ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ ।

Capture

କନକ ବ୍ୟୁରୋ: ଭାରତ ଆଗରେ ୧୨୮ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ । ଦୁବାଇ ଷ୍ଟାଡିୟମ ଠାରେ ଖେଳାଯାଉଥିବା ଏସିଆ କପ୍ ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପାକିସ୍ତାନର ସ୍କୋର ୧୦୦ ରନ ଟପିବା କଷ୍ଟକର ମନେ ହେଉଥିଲା ଶେଷ ଆଡ଼କୁ ସାହିନ ଆଫ୍ରିଦଙ୍କ ୪ଟି ଛକା ବଳରେ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ । ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ । ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ଓ୍ବିକେଟ ହରାଇଥିଲା । ପ୍ରଥମ ଇନିଂସ୍ ଶେଷରେ ପାକିସ୍ତାନ୍ ୯ ୱିକେଟ୍ ହରାଇ ୧୨୭ ରନ୍ କରିଛି । ତାଜା ରିପୋର୍ଟ ଅନୁସାରେ ଏବେ ପଡ଼ିଆରେ ଅଭିଶେକ ଶର୍ମା ଓ ଶୁବମନ ଗିଲ୍ ବ୍ୟାଟିଂ କରୁଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe