କନକ ବ୍ୟୁରୋ: ଭାରତ ଆଗରେ ୧୨୮ ରନର ଲକ୍ଷ୍ୟ ରଖିଲା ପାକିସ୍ତାନ । ଦୁବାଇ ଷ୍ଟାଡିୟମ ଠାରେ ଖେଳାଯାଉଥିବା ଏସିଆ କପ୍ ଭାରତ-ପାକିସ୍ତାନ ମୁକାବିଲାରେ ପାକିସ୍ତାନ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପାକିସ୍ତାନର ସ୍କୋର ୧୦୦ ରନ ଟପିବା କଷ୍ଟକର ମନେ ହେଉଥିଲା ଶେଷ ଆଡ଼କୁ ସାହିନ ଆଫ୍ରିଦଙ୍କ ୪ଟି ଛକା ବଳରେ ୧୨୭ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ପାକିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ତେବେ ଭାରତୀୟ ବୋଲର ହାର୍ଦ୍ଦିକ ପାଣ୍ଡ୍ୟା ମ୍ୟାଚର ପ୍ରଥମ ଓଭରରେ ହିଁ ସଇମ ଆୟୁବଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିଥିଲେ । ପାଣ୍ଡ୍ୟାଙ୍କ ବଲକୁ ଖେଳିବାକୁ ଯାଇ ଆୟୁବ ବୁମରାଙ୍କ ହାତରେ ଧରା ପଡ଼ିଥିଲେ । ସେହିପରି ୨ୟ ଓଭରରେ ବୁମରାଙ୍କ ବଲକୁ ଖେଳିବାକୁ ଯାଇ ମହମ୍ମଦ ହ୍ୟାରିସ ପାଣ୍ଡ୍ୟାଙ୍କ ହାତରେ ଧରାପଡ଼ିଥିଲେ । ସେ ମାତ୍ର ୩ ରନ କରିଥିଲେ । ଏହିପରିଭାବେ ମାତ୍ର ୬ ରନରେ ପାକିସ୍ତାନ ୨ଟି ଓ୍ବିକେଟ ହରାଇଥିଲା । ପ୍ରଥମ ଇନିଂସ୍ ଶେଷରେ ପାକିସ୍ତାନ୍ ୯ ୱିକେଟ୍ ହରାଇ ୧୨୭ ରନ୍ କରିଛି । ତାଜା ରିପୋର୍ଟ ଅନୁସାରେ ଏବେ ପଡ଼ିଆରେ ଅଭିଶେକ ଶର୍ମା ଓ ଶୁବମନ ଗିଲ୍ ବ୍ୟାଟିଂ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/09/14/capture-2025-09-14-22-13-59.jpg)