କେଇ ମିନିଟ୍‌ରେ ସରିଗଲା ଅନ୍‌ଲାଇନ ଟିକେଟ୍‌; ଏବେ ଅଫ୍‌ଲାଇନ ଟିକେଟ୍‌ ଭରସାରେ ଦର୍ଶକ

ହାତରେ ମୋବାଇଲ, ସ୍କ୍ରିନ ଉପରୁ ନଜର ହଟୁନି । ଅପେକ୍ଷା ଥିଲା ଅପରାହ୍ନ ୨ଟାକୁ । ବାସ୍ ଘଣ୍ଟାରେ ୨ଟା ବାଜିବା କ୍ଷଣି ଖୋଲିଲା ୱେବସାଇଟ । ଆଉ କେଇ ମିନିଟ୍ ମଧ୍ୟରେ ସରିଗଲା ବୁକିଂ ।

Online ticket

Online ticket Photograph: (Kanak News)

କନକ ବ୍ୟୁରୋ : ବାରବାଟୀ ମ୍ୟାଚ୍ କ୍ରିକେଟପ୍ରେମୀଙ୍କ ମଧ୍ୟରେ ପ୍ରବଳ କ୍ରେଜ୍ । ମାତ୍ର କେଇ ମିନିଟରେ ଅନଲାଇନରେ ସରିଗଲା ଟିକେଟ । ଟିକେଟ ସଂଖ୍ୟା କମ ଥିବାରୁ ଅନେକ କ୍ରିକେଟପ୍ରେମୀ ଟିକେଟରୁ ବଞ୍ଚିତ ହୋଇଛନ୍ତି । ହେଲେ ଏବେ ବି ଆଶା ଅଛି । ୫ ତାରିଖରେ ଟିକେଟ କରିବୁ, ବାରବାଟୀରେ ମ୍ୟାଚ୍ ଦେଖିବୁ ।

ହାତରେ ମୋବାଇଲ, ସ୍କ୍ରିନ ଉପରୁ ନଜର ହଟୁନି । ଅପେକ୍ଷା ଥିଲା ଅପରାହ୍ନ ୨ଟାକୁ । ବାସ୍ ଘଣ୍ଟାରେ ୨ଟା ବାଜିବା କ୍ଷଣି ଖୋଲିଲା ୱେବସାଇଟ । ଆଉ କେଇ ମିନିଟ୍ ମଧ୍ୟରେ ସରିଗଲା ବୁକିଂ । କଟକ ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ ପାଇଁ କ୍ରିକେଟପ୍ରେମୀଙ୍କ କ୍ରେଜ । ମାତ୍ର ୨ ହଜାର ଟିକେଟ ଅନଲାଇନରେ ବିକ୍ରି ପାଇଁ ଉପଲବ୍ଧ ଥିଲେ ମଧ୍ୟ ଅପେକ୍ଷାରେ ଥିଲେ ଲକ୍ଷାଧିକ କ୍ରିକେଟପ୍ରେମୀ । ଯାହାର ଟିକେଟ ବୁକିଂ ହେଲା ତାହାର ଖୁସି କହିଲେ ନସରେ, ଯିଏ ଟିକେଟ ବୁକିଂ କରି ନପାରିଲା ସେ ଏବେ ଅଫଲାଇନ ଟିକେଟ ଭରସାରେ ।

ଅଧିକ ପଢ଼ନ୍ତୁ : ବାରବାଟୀ ମ୍ୟାଚ ପାଇଁ ଆଜିଠୁ ଅନଲାଇନରେ ଟିକେଟ୍ ବିକ୍ରି,  ୫ରେ କାଉଁଣ୍ଟରରେ ହେବ ଉପଲବ୍ଧ

ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ହାତରେ ଅଳ୍ପ ସମୟ ଭିତରେ ପ୍ରସ୍ତୁତିକୁ ଜୋରଦାର କରିଛି ଓସିଏ । ଷ୍ଟାଡିୟମରେ ପିଚ୍ ପ୍ରସ୍ତୁତି ସହ ଗ୍ୟାଲେରୀକୁ ନୂଆ ରୂପ ଦିଆଯାଉଛି । ସିଟ୍‌ର ଆକାର ବଢିଛି । କ୍ରିକେଟପ୍ରେମୀଙ୍କ ପାଇଁ ଲାଇଟ ଆଣ୍ଡ ସାଉଣ୍ଡ ସୋର ବ୍ୟବସ୍ଥା କରିଛି ଓସିଏ । ପୂର୍ବଥର ଭଳି ଯେପରି ବିଦ୍ୟୁତ ବିଭ୍ରାଟ ନହେବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି । ଅଫଲାଇନ ଟିକେଟ ବେଳେ ବିଭ୍ରାଟ ହେଉଥିବାରୁ କାଉଣ୍ଟର ସାମ୍ନାରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା ।

୯ ତାରିଖରେ ବାରବାଟୀରେ ହେବ ମହାଲଢ଼େଇ । ୭ ତାରିଖରେ ଉଭୟ ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ୮ ତାରିଖରେ ଉଭୟ ଦଳ ଅଭ୍ୟାସ ପାଇଁ ବାରବାଟୀକୁ ଯିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe