National Para Boccia Championship Photograph: (Internet)
କନକ ବ୍ୟୁରୋ : ଅହମଦାବାଦରେ ଆୟୋଜିତ ଜାତୀୟ ବୋସିଆ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ରୌପ୍ୟ ଓ ଦୁଇ କାଂସ୍ୟ ସହ ମୋଟ ୩ ପଦକ ମିଳିଛି । ବିସି୪ ମିଶ୍ରିତ ଟିମ୍ରେ ସୋନାଲି ଓଝା ଓ ହେମନ୍ତ କୁମାର ସେଠୀ ରୌପ୍ୟ ପଦକ ଜିତିଛିନ୍ତି । ବିସି୪ ମହିଳା ବ୍ୟକ୍ତିଗତ ବର୍ଗରେ ଦମୟନ୍ତୀ ଓଝା ଏବଂ ମିଶ୍ରିତ ଟିମ୍ରେ ସେ ଓ ତାଙ୍କ ସାଥୀ ମିଲଟନ୍ ପୋଥାଲ କାଂସ୍ୟ ପଦକ କରାୟତ୍ତ କରିଛନ୍ତି । ଏହି ପ୍ରତିଯୋଗିତାରେ ପ୍ରଶିକ୍ଷକ କୋଲା ଜଗନ୍ନାଥ ରେଡ୍ଡୀ ଓ ପ୍ରବନ୍ଧକ ରାକେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ ।
Follow Us