କନକ ବ୍ୟୁରୋ: ଓଡ଼ିଆ କ୍ରିକେଟ୍ ଇତିହାସରେ ଏକ ନୂତନ ଓ ଗର୍ବର ଅଧ୍ୟାୟ ଯୋଡ଼ି ହୋଇଛି । ଓଡ଼ିଶା ପ୍ରିମିୟର୍ ଲିଗର ପ୍ରଥମ ସଂସ୍କରଣ ସଫଳତାର ସହିତ ସମାପ୍ତ ହୋଇଛି । ଏହି ଐତିହାସିକ ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚ୍ ବିଶ୍ୱବିଖ୍ୟାତ ଶାରଜା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିଅମ୍ରେ ଆୟୋଜିତ ହୋଇଥିଲା, ଯାହା ଓଡ଼ିଆ କ୍ରିକେଟ୍ ପାଇଁ ଏକ ଐତିହାସିକ ମୁହୂର୍ତ୍ତ ।
ଓପିଏଲର ପ୍ରଥମ ସିଜନ୍ରେ ସମୁଦାୟ ୧୨ଟି ଓଡ଼ିଆ ଦଳ ଅଂଶଗ୍ରହଣ କରିଥିଲେ, ଯାହା ଟୁର୍ନାମେଣ୍ଟର ପ୍ରତିସ୍ପର୍ଧାକୁ ଅଧିକ ଆକର୍ଷଣୀୟ କରିଥିଲା । ଫାଇନାଲ୍ ମୁକାବିଲାରେ ସ୍ୟାମ୍ ୧୧ ଆଜମାନ ଓ ଉତ୍କଳ ରାଇଜିଂ ଷ୍ଟାର୍ସ ଦଳ ଆମନା-ସାମନା ହୋଇଥିଲେ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଉତ୍କଳ ରାଇଜିଂ ଷ୍ଟାର୍ସ ଦଳ ୨୦ ଓଭରରେ ୧୩୮ ରନ୍ ସଂଗ୍ରହ କରିଥିଲା । ପରେ ଲକ୍ଷ୍ୟ ପିଛା କରିବାକୁ ନେମିଥିବା ସ୍ୟାମ୍ ୧୧ ଆଜମାନ ଦଳ ୧୭.୨ ଓଭରରେ ମ୍ୟାଚ୍କୁ ସଫଳତାର ସହିତ ଜିତିନେଇଥିଲା । ଏହି ବିଜୟର ମୁଖ୍ୟ ନାୟକ ଥିଲେ ଇମ୍ରାନ୍ ଖାନ୍ । ସେ ୩୧ ବଲ୍ରେ ୫୪ ରନ୍ କରି ୩ଟି ଛକା ଓ ୪ଟି ଚୌକା ସହ ଏକ ଦମଦାର ଓ ଦର୍ଶନୀୟ ଇନିଂସ୍ ଖେଳିଥିଲେ । ତାଙ୍କ ଏହି ଅପୂର୍ବ ପ୍ରଦର୍ଶନ ପାଇଁ ସେ ‘ପ୍ଲେୟର୍ ଅଫ୍ ଦ ମ୍ୟାଚ୍’ ଓ ‘ବେଷ୍ଟ ବ୍ୟାଟ୍ସମ୍ୟାନ୍ ଅଫ୍ ଦ ସିଜନ୍’ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ କ୍ରିକେଟର୍ ସଞ୍ଜୟ ରାଉଲ, ପ୍ରସିଦ୍ଧ ଅଭିନେତ୍ରୀ ଓ ମଡେଲ୍ ସ୍ୱପ୍ନା ପ୍ରିୟଦର୍ଶିନୀ, ଏବଂ ଓଡ଼ିଶା ସମାଜ UAEର ଅଧ୍ୟକ୍ଷ ଅମିୟ ମିଶ୍ର ଉପସ୍ଥିତ ଥିଲେ । ଓଡ଼ିଶା ସମାଜର ଅନ୍ୟାନ୍ୟ ସଦସ୍ୟ ବିଶ୍ୱଜିତ୍, ଶୁଭ୍ରାଂଶୁ ଜେନା ଓ ସୁରେଶ ମିଶ୍ର ମଧ୍ୟ ଉପସ୍ଥିତ ରହି ମ୍ୟାଚ୍ ଅଧିକାରୀମାନଙ୍କୁ ସହଯୋଗ ଓ ସମର୍ଥନ ପ୍ରଦାନ କରିଥିଲେ । ଏହି ଫାଇନାଲ୍ ମ୍ୟାଚ୍କୁ ଦେଖିବା ପାଇଁ ହଜାରରୁ ଅଧିକ ଓଡ଼ିଆ ଦର୍ଶକ ଉପସ୍ଥିତ ଥିଲେ । ଦର୍ଶକମାନଙ୍କ ପାଇଁ ନିଶୁଳ୍କ ପ୍ରବେଶ, ଯାତାୟାତ ଓ ଭୋଜନ ବ୍ୟବସ୍ଥା ରହିଥିବାରୁ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ଏହି ଟୁର୍ନାମେଣ୍ଟ ମାଧ୍ୟମରେ ପ୍ରଥମ ଥର ପାଇଁ ଏକ ଓଡ଼ିଆ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିଅମ୍ରେ ଆୟୋଜିତ ହୋଇ ଇତିହାସ ସୃଷ୍ଟି କରିଛି । OPLର ଆୟୋଜକ ସଦସ୍ୟ ଇଲିୟାସ୍ ଖାନ୍, ଦୀପକ ସାହୁ, ସାଏଦ୍ ତସୱାର୍ ଆଲି, ଶେହଜାଦ୍, ୱାସିମ୍ ବାରି, ସୌରଭ, ସାଲିମ୍, ପ୍ରଣବ, ଦୁଇତିବନ୍, ଜାୱେଦ୍ ଓ ଅନ୍ୟାନ୍ୟ ସଦସ୍ୟମାନେ କହିଛନ୍ତି ଯେ “ଏହା କେବଳ ଆରମ୍ଭ । ଆଗାମୀ ସିଜନ୍ରେ OPL ଆହୁରି ଉଚ୍ଚ ସ୍ତରର କ୍ରିକେଟ୍ ଅଧିକ ଉତ୍ସାହ ନେଇ ଆସିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2026/02/14/vlcsnap-2026-02-14-16h56m25s195-2026-02-14-17-12-00.png)