କନକ ବ୍ୟୁରୋ : କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ବଡ଼ ନିଷ୍ପତ୍ତି । ପାକିସ୍ତାନ ସହ ଟିମ୍ ଇଣ୍ତିଆ ଖେଳିବନି ଦ୍ୱିପାକ୍ଷିତ ମ୍ୟାଚ୍ । କେବଳ ବଡ଼ ଟୁର୍ଣ୍ଣାମେଣ୍ଟରେ ହିଁ ଭାରତ-ପାକିସ୍ତାନ ସାମ୍ନାସାମ୍ନି ହେବାର ଦେଖିବାକୁ ମିଳିବ । ଆଗାମୀ ଏସିଆ କପ୍ରେ ଟିମ୍ ଇଣ୍ତିଆ ପାକିସ୍ତାନ ସହ ଖେଳିବା ନେଇ ଗ୍ରୀନ ସିଗନାଲ ଦିଆଯାଇଛି ।
୨୦୦୯ରୁ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଉନାହିଁ । ତେବେ ଏହି ନିଷ୍ପତ୍ତି ଆଗକୁ ମଧ୍ୟ ଲାଗୁ ରହିବ ବୋଲି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ବଡ଼ ମଞ୍ଚ ଯେପରି ବିଶ୍ୱକପ୍ ଓ ଅଲମ୍ପିକ୍ସରେ ଉଭୟ ଦଳ ସାମ୍ନାସାମ୍ନି ହେବେ । କିନ୍ତୁ ମ୍ୟାଚ୍ ଗୁଡ଼ିକ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ ।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟର ଏକ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି ଯେ ଏସିଆ କପ୍ରେ ପାକିସ୍ତାନ ସହ ଖେଳିବା ପାଇଁ କୌଣସି ବାଧକ ନାହିଁ । ତେବେ ଏହି ହାଇଭୋଲଟେଜ୍ ମ୍ୟାଚ୍ଟି ଦୁବାଇରେ ୧୪ ସେପ୍ଟେମ୍ୱରରେ ଖେଳାଯିବ । ଆଗାମୀ ବର୍ଷରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଥିବାରୁ ଏସିଆ କପ୍କୁ ଏଥର ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/08/21/no-bilaterals-with-pak-2025-08-21-17-31-35.jpg)