ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ: କିୱି ଆଗରେ ୧୭୦ ରନର ଟାର୍ଗେଟ୍ ଦେଲା ଦକ୍ଷିଣ ଆଫ୍ରିକା...

Advertisment

ଫଳରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା । ମାର୍କୋ ଜାନସେନ ଜେନସନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି । ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୭୦ ରନ୍‌ର ଟାର୍ଗେଟ ମିଳିଛି । 

ଫଳରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା । ମାର୍କୋ ଜାନସେନ ଜେନସନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି । ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୭୦ ରନ୍‌ର ଟାର୍ଗେଟ ମିଳିଛି । 

new-zealands-rachin-ravindra-cel

T20 Photograph: (GOOGLE)

କନକ ବ୍ୟୁରୋ: ଟି୨୦ ବିଶ୍ବକପ୍‌-୨୦୨୬ର ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଛନ୍ତି । ଏହି ମୁକାବିଲା କୋଲକାତାର ଇଡେନ ଗାର୍ଡେନ୍‌ସରେ ଜାରି ରହିଛି । ନ୍ୟୁଜିଲାଣ୍ଡ ଟିମ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ କରିଥିଲା । ମାର୍କୋ ଜାନସେନ ଜେନସନଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୬୯ ରନ୍‌ ସଂଗ୍ରହ କରିଛି । ଫଳରେ ନ୍ୟୁଜିଲାଣ୍ଡକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୭୦ ରନ୍‌ର ଟାର୍ଗେଟ ମିଳିଛି । 

ବଡ଼ କଥା ହେଉଛି ଦକ୍ଷିଣ ଆଫ୍ରିକା ପାଇଁ ମାର୍କେ ଜାନସେନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ । ସେ ୩୦ଟି ବଲ୍‌ର ସାମ୍ନା କରିଥିଲେ । ୨ଟି ଚୌକା ଏବଂ ୫ଟି ଛକା ବଳରେ ଅପରାଜିତ ପାଭିଲିଅନକୁ ଫେରିଥିଲେ । ଏଥି ସହିତ ସେ ତ୍ରିସ୍ତନ ଷ୍ଟବ୍‌ସଙ୍କ ସହିତ ୪୭ଟି ବଲ୍‌ରେ ୭୩ ରନ୍‌ର ଭାଗିଦାରୀ କରିପାରିଥିଲେ । ଇନିଂସ ଆରମ୍ଭରୁ ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ଘଟିଥିଲା । ସ୍କୋର ୧୨ ରନ୍‌ରେ ଦଳ ଆଗଧାଡ଼ିର ୨ଟି ବହୁମୂଲ୍ୟ ୱିକେଟ ହରାଇଥିଲା । ପ୍ରାରମ୍ଭିକ ବ୍ୟାଟର କ୍ବିଣ୍ଟନ ଡି’ କକ୍‌ ମାତ୍ର ୧୦ ରନ୍‌ ସଂଗ୍ରହ କରି ଆଉଟ୍‌ ହୋଇଥିଲେ । ଡିୱାଲ୍‌ଡ ବ୍ରେଭିସ୍ ୨୭ଟି ବଲ୍‌ ଖେଳି ୩ଟି ଚୌକା ଓ ୨ଟି ଛକା ବଳରେ ୩୪ ରନ୍‌ ସଂଗ୍ରହ କରିଥିଲେ। ‌ଡେଭିଡ ମିଲର ମଧ୍ୟ ପଡ଼ିଆରେ ଅଧିକ ସମୟ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe