Bapuji Club Photograph: (Kanak News)
କନକ ବ୍ୟୁରୋ : ସ୍ଥାନୀୟ ବିଜେବି କଲେଜ୍ ଖେଳ ପଡ଼ିଆରେ ଚାଲିଥିବା ନବମ ନବ ଦାଶ-ପ୍ରଶାନ୍ତ ମହାପାତ୍ର ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତାରେ ବାପୁଜୀ କ୍ରିକେଟ୍ କ୍ଲବ୍ ବିଜେତା ହୋଇଛି । ବୁଧବାରର ଫାଇନାଲ୍ରେ ଏହି ଦଳ ରୋମାଞ୍ଚକ ଭାବେ ୩ ୱିକେଟ୍ରେ ରାମେଶ୍ୱର ସ୍ପୋର୍ଟିଂକୁ ହରାଇଛି । ରାମେଶ୍ୱର ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୧୯.୧ ଓଭରରେ ସମସ୍ତ ୱିକେଟ୍ ହରାଇ ୧୨୯ ରନ୍ କରିଥିଲା । ଏମ୍ଜି. ଗୋପାଳ ସର୍ବାଧିକ ୪୯ ରନ୍ କରିଥିଲେ । ବାପୁଜୀ ପକ୍ଷରୁ ଅତୁଲ ସରୱାର ସଫଳତମ ବୋଲର ଭାବେ ୪ ୱିକେଟ୍ କରାୟତ୍ତ କରିଥିଲେ । ଜବାବରେ ବାପୁଜୀ କ୍ଲବ୍ ୧୯.୧ ଓଭରରେ ୭ ୱିକେଟ୍ ହରାଇ ୧୩୩ ରନ୍ କରିବା ସହ ମ୍ୟାଚ୍ ଓ ଟ୍ରଫି ଜିତି ନେଇଥିଲା । ଅତୁଲ ସରୱାର ସର୍ବାଧିକ ୬୦ ରନ୍ କରି ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
Follow Us