କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ପୂର୍ବ କୋଚ୍ ରବି ଶାସ୍ତ୍ରୀ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ଏକ ମଜାଦାର ଟିପ୍ପଣୀ କରିଛନ୍ତି । ରବି ଧୋନୀଙ୍କୁ ପକେଟମାରଙ୍କ ସହ ତୁଳନା କରିଛନ୍ତି । ସେ ଏଭଳି କହିବାର କାରଣ ହେଉଛି ଧୋନୀଙ୍କ ଦ୍ରୁତ ଷ୍ଟମ୍ପିଙ୍ଗ୍ । ମାହିଙ୍କ ଦ୍ରୁତ ଷ୍ଟମ୍ପିଙ୍ଗ୍ ଦକ୍ଷତାକୁ ସେ ପରୋକ୍ଷରେ ବିଚକ୍ଷଣ ବୋଲି କହିଛନ୍ତି । ରବି ଶାସ୍ତ୍ରୀ କହିଛନ୍ତି ଧୋନୀ ୱିକେଟ୍ ପଛରେ ରହି ଏତେ ଦ୍ରୁତରେ କାମ କରନ୍ତି ଯେ ବ୍ୟାଟ୍ସମ୍ୟାନ୍ କେତେବେଳେ ଆଉଟ୍ ହୋଇଯାଆନ୍ତି ଜାଣି ବି ପାରନ୍ତିନି ।
/kanak/media/media_files/2025/06/10/ffOfPtEJl3r4redwfKNd.jpg)
ଆଇସିସିର ଏକ ଇଭେଣ୍ଟରେ ରବି ଶାସ୍ତ୍ରୀ କହିଥିଲେ ‘ଏମଏସ୍ ଧୋନୀଙ୍କ ହାତ ପକେଟମାରଙ୍କଠାରୁ ବି ଦ୍ରୁତ । ଯଦି ଖେଳାଳି ଭାରତର କୌଣସି ବଡ଼ ମ୍ୟାଚ୍ ଖାସ କରି ଅହମ୍ମଦାବାଦରେ ଖେଳୁଥିଲେ ଧୋନୀଙ୍କୁ ନେଇ ସତର୍କ ରୁହନ୍ତୁ । ଧୋନୀ ବ୍ୟାଟ୍ସମ୍ୟାନଙ୍କ ପଛରେ ରହି ଏମିତି ପକେଟମାର କରିବେ ଯେ କେହି ଜାଣିପାରିବେନି ।’ ତେବେ ରବି ଶାସ୍ତ୍ରୀଙ୍କ ଏହି ବୟାନ ଏବେ ସୋସିଆଲ୍ ମିଡିଆରେ ଖୁବ ଭାଇରାଲ୍ ହେଉଛି । ରବି କହିଛନ୍ତି ଯେ ‘ଧୋନୀ ଶତକ ମାରନ୍ତୁ କି ଶୂନରେ ଆଉଟ୍ ହୁଅନ୍ତୁ ତାଙ୍କ ଚେହେରାର ଅବସ୍ଥା ସବୁବେଳେ ସମାନ ଥାଏ । ଏହି ଦକ୍ଷତା ହିଁ ତାଙ୍କୁ ଖାସ କରିଥାଏ ।’