କନକ ବ୍ୟୁରୋ : ଟିମ୍ ଇଣ୍ତିଆର ସଫଳତମ ଅଧିନାୟକ ଏମ୍ଏସ୍ ଧୋନି ତାଙ୍କ ଆଇକନିକ୍ ଉପନାମ ‘କ୍ୟାପଟେନ୍ କୁଲ’ ପାଇଁ ଟ୍ରେଡମାର୍କ ଦାଖଲ କରିଛନ୍ତି । ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ତଥା ଚେନ୍ନାଇ ସୁପର କିଙ୍ଗସ୍ର ଷ୍ଟାର ଖେଳାଳି ମହେନ୍ଦ୍ର ସିଂହ ଧୋନି ତାଙ୍କର ଲୋକପ୍ରିୟ ଉପନାମ ‘କ୍ୟାପଟେନ୍ କୁଲ’ ପାଇଁ ଟ୍ରେଡମାର୍କ ଦାଖଲ କରିଛନ୍ତି । ଏହି ଆବେଦନ ଜୁନ ୫ ତାରିଖରେ ଟ୍ରେଡ ମାର୍କସ ରେଜିଷ୍ଟ୍ରୀ ପୋର୍ଟାଲ ମାଧ୍ୟମରେ ଅନଲାଇନରେ ଦାଖଲ କରାଯାଇଥିଲା । ଜୁନ ୧୬ରେ ‘କ୍ୟାପଟେନ୍ କୁଲ’ ଟ୍ରେଡମାର୍କଟି ଟ୍ରେଡ ମାର୍କସ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି ଏବଂ ବର୍ତ୍ତମାନ ଏହା ଅକ୍ଟୋବର ପର୍ଯ୍ୟନ୍ତ ରହିବ । ଯଦି ଏହି ସମୟ ମଧ୍ୟରେ କୌଣସି ବିରୋଧ ନଆସେ, ତେବେ ଧୋନି ଏହି ନାମର ସମ୍ପୂର୍ଣ୍ଣ ଅଧିକାର ପାଇବେ ।
ପୂର୍ବତନ ଭାରତୀୟ ଅଧିନାୟକ ଏମଏସ୍ ଧୋନି 'କ୍ୟାପ୍ଟେନ କୁଲ' ଟ୍ରେଡମାର୍କ ପାଇଁ ଆବେଦନ କରିଛନ୍ତି । ଯଦି ଧୋନି ଏହି ଶବ୍ଦର ଟ୍ରେଡମାର୍କ ଅଧିକାର ପାଆନ୍ତି, ଆଉ କୌଣସି ବ୍ୟକ୍ତି କିମ୍ବା ସଂଗଠନ କ୍ୟାପ୍ଟେନ କୁଲ ଶବ୍ଦ ବ୍ୟବହାର କରିପାରିବେ ନାହିଁ । ଧୋନି ଜୁନ୍ ୫ ତାରିଖରେ ଟ୍ରେଡମାର୍କ ରେଜିଷ୍ଟ୍ରି ପୋର୍ଟାଲ୍ ମାଧ୍ୟମରେ ଅନଲାଇନରେ ଆବେଦନ କରିଛନ୍ତି । ତାଲିମ ଏବଂ ତାଲିମ କେନ୍ଦ୍ର ପାଇଁ 'କ୍ୟାପ୍ଟେନ୍ କୁଲ୍' ବ୍ୟବହାର କରିବାକୁ ସ୍ୱତନ୍ତ୍ର ଅଧିକାର ଚାହାନ୍ତି ଧୋନି ।
ସୂଚନା ଅନୁଯାୟୀ, ଧୋନି ଏହି ଟ୍ରେଡମାର୍କ ରିଥି ସ୍ପୋର୍ଟସ ମ୍ୟାନେଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ମାଧ୍ୟମରେ ଦାଖଲ କରିଛନ୍ତି । ଧୋନି ବିଭିନ୍ନ ରାଜ୍ୟରେ ‘କ୍ୟାପଟେନ୍ କୁଲ’ ନାମକ କ୍ରିକେଟ ତାଲିମ ଓ କୋଚିଂ ସେଣ୍ଟର ଖୋଲିବାକୁ ଯୋଜନା କରୁଛନ୍ତି ।