କନକ ବ୍ୟୁରୋ: ପୁଣି ଚର୍ଚ୍ଚାରେ ମାହି । ଆଇପିଏଲରେ ଇତିହାସ ରଚିଲେ କ୍ୟାପ୍ଟେନ କୁଲ ମହେନ୍ଦ୍ର ସିଂ ଧୋନୀ । ବୟସ୍କ ଖେଳାଳି ଭାବେ ପାଇଛନ୍ତି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର । ଲଗାତାର ୫ଟି ମ୍ୟାଚ୍ରେ ପରାଜୟ ପରେ ବିଜୟର ସ୍ୱାଦ ଚାଖିଛି ଚେନ୍ନାଇ ସୁପରକିଙ୍ଗ୍ସ । ଆଉ ସେହି ବିଜୟ ହାସଲରେ ପ୍ରମୁଖ ଭୂମିକା ନେଇଛନ୍ତି କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ବ୍ୟାଟ୍ରୁ ଛକା-ଚୌକା ବର୍ଷା ବି ହୋଇଛି ।
ଚଳିତ ସିଜିନ୍ରେ ଧୋନୀଙ୍କୁ ନେଇ ଟ୍ରୋଲ୍ ହେଉଥିବା ବେଳେ ନିଜ୍ ବ୍ୟାଟ୍ରୁ ଜବାବ ଦେଇଛନ୍ତି ମାହି । ଆଉ ଆଇପିଏଲ୍ ଇତିହାସର ବୟସ୍କ ଖେଳାଳି ଭାବେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ଗତକାଲି ଲକ୍ଷ୍ନୌ ସୁପରଜାଏଣ୍ଟ୍ସ ବିପକ୍ଷରେ ମ୍ୟାଚ୍ ଜିତିଛି ଚେନ୍ନାଇ ସୁପରକିଙ୍ଗ୍ସ ।
ଧୋନୀ ୧୧ ବଲରେ ଅପରାଜିତ ୨୬ ରନର ଇନିଂସ ଖେଳି ଚେନ୍ନାଇ ଆଗରେ ଥିବା ୧୬୭ ରନର ଟାର୍ଗେଟକୁ ଶେଷ ଓଭରରେ ହାସଲ କରି ନେଇଛନ୍ତି । ଏହି ଇନିଂସ ପାଇଁ ଧୋନୀଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ମିଳିଛି । ମ୍ୟାନ ଅଫ ଦି ପୁରସ୍କାର ପାଇଁ ବିବେଚିତ ହୋଇ ଆଇପିଏଲର ସର୍ବକାଳୀନ ରେକର୍ଡ ଭାଙ୍ଗି ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/04/15/fMFyMRT1IQy3HwLTj2ci.jpg)